ମାଲକାନଗିରିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ବାସ୍ତବ ରୂପ ନେଇଛି ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡିଶା, ସୁଖୀ ଓଡ଼ିଶାର ସ୍ୱପ୍ନ । ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡିଶା ଆଣିଛି ନୂଆ ବିପ୍ଳବ । ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ଯୋଡ଼ିହୋଇଛି ଆଉ ଏକ ମାଇଲଖୁଣ୍ଟ। ଆଜି ମଧ୍ୟାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ମାଲକାନଗିରିରେ ପହଞ୍ଚି ଐତିହାସିକ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଜିଲା ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ଏହି କାର୍ଡ ବଣ୍ଟନ କରାଯାଇଛି। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ଜୟପୁର ଆସିବା ପରେ ସେଠାରୁ  ହେଲିକପ୍ଟର ଯୋଗେ ମାଲକାନଗିରି ଯାଇ ସ୍ଥାନୀୟ ସଂସ୍କୃତି ଭବନରେ ଏହି କାର୍ଡ ବଣ୍ଟନ କରିଛନ୍ତି। କାର୍ଡ ବଣ୍ଟନ ସରିବା ପରେ ଏନେଇ ଏକ ସଚେତନ ରଥ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସସରରେ ତାଙ୍କ ସହ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ,  ସ୍ଥାନୀୟ ବିଧାୟକ ଓ ବହୁ ମନ୍ତ୍ରୀ, ନେତା, ହିତାଧିକାରୀ ଉପସ୍ଥିତ ଥିଲେ।

ନୂଆ ରୂପରେ ଶୁଭାରମ୍ଭ ହୋଇଥଇବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା  ୯୬ ଲକ୍ଷ ପରିବାରର ସାଢେ ୩ କୋଟି ପରିବାର ଉପକୃତ ହେବେ।  ସ୍ମାର୍ଟ ହେଲଥ କାର୍ଡ ସାଥୀରେ ନେଇ ହସ୍ପିଟାଲକୁ ଗଲେ ସମସ୍ତ ଚିକିତ୍ସା ସୁବିଧା ମିଳିବ। ମା’ ମାନଙ୍କ ଲାଗି ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଥିବା ବେଳ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ରହିଛି । ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଖର୍ଚ୍ଚ କରିବେ। ବଡ ବଡ ହସ୍ପିଟାଲରେ ମଧ୍ଯ ସମସ୍ତଙ୍କୁ ଚିକିତ୍ସା ମିଳିପାରିବ। ସରକାରୀ ହସ୍ପିଟାଲରେ ମଧ୍ୟ କାର୍ଡଧାରୀଙ୍କୁ ଚିକିତ୍ସା ସୁବିଧା ମିଳିବ। ଆଗାମୀ ସେପ୍ଟେମ୍ବର ପହିଲାରୁ ସ୍ମାର୍ଟ ହେଲଥ କାର୍ଡ ଲାଗୁ ହେବ। କାଗଜ ପତ୍ର ପାଇଁ ଆଉ ହଇରାଣ ହେବାକୁ ପଡିବନି। କେବଳ ଏହି ସ୍ମାର୍ଟ କାର୍ଡ ଦେଖାଇ ଆପଣ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି। ସ୍ମାର୍ଟ ହେଲଥ କାର୍ଡରେ ଏକ ଚିପ ରହିବ। ଚିପରେ ହାତିଧିକାରୀଙ୍କ ସମସ୍ତ ତଥ୍ୟ ରହିବ। ଯଦି ହାତିଧିକାରୀ ଦେଇଥିବା ତଥ୍ଯକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ନିକଟସ୍ଥ ସେବା କେନ୍ଦ୍ରରେ ଯାଇ ପରିବର୍ତ୍ତନ କରିପାରିବେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ବିକାଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଆଦର୍ଶ ହୋଇଛନ୍ତି । ଏମ୍ ପି ଶ୍ରୀ ରମେଶ ମାଝି ସ୍ଵାଗତ ଭାଷଣ ଦେଇ ଥିଲେ । କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ଧନ୍ୟବାଦ ଜଣାଇଥିଲେ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ରେ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିବା ମମତା ପତିଆମୀ ମଧ୍ୟ ସଭାରେ ଯୋଗଦେଇ ତାଙ୍କ ମତାମତ ଦେଇ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଭ୍ୟ ବୃନ୍ଦ , ସାଂସଦ ଓ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *