ଭୁବନେଶ୍ବର : ଶନିବାର ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡରୁ ‘ସ୍ମାର୍ଟ ସ୍କୁଲ୍’ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ବିଦ୍ୟାଳୟର ଉଦ୍ଘାଟନ କରିଛନ୍ତି । 5-T ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ୟ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଜ୍ଞାନ ଆହରଣର ପ୍ରୟୋଗଶାଳା କରିବାକୁ ପ୍ରଚେଷ୍ଟା କରାଯାଇଛି । ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଏହି ସ୍କୁଲ ମାନଙ୍କରେ ଉପଲବ୍ଧ କରାଯାଇଛି ।
ହିଞ୍ଜିଳି ଓ ଶେରଗଡରେ ୧୦ଟି ‘ସ୍ମାର୍ଟ ସ୍କୁଲ୍’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
