କଦଳୀ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ । କୋଟିଏ ଟଙ୍କାର ଗଂଜେଇ ଜବତ କଲା ପୋଲିସ ।

ଜୟପୁର: କୋରାପୁଟ ଜିଲ୍ଲାରୁ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଏକ କଳଦୀ ବୋଝେଇ ଟ୍ରକ୍‌ରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଗଂଜେଇ ଜବତ ହୋଇଛି। ଜୟପୁର ପୁଲିସ ଗଂଜେଇ କାରବାର ସହିତ ସଂପୃକ୍ତି ରଖିଥିବା ଚାଳକଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାର ରାଜ୍ୟର ରୋହତାସ ଜିଲ୍ଲା କୋଚାସ ଥାନା ଅନ୍ତର୍ଗତ କଣ୍ଟିପଥ ନିବାସୀ ଗୌରୀ ରାୟଙ୍କ ପୁଅ ପ୍ରମୋଦ ରାୟ (୨୫) ଓ ଦିନାରା ଥାନା ଅନ୍ତର୍ଗତ ମୁଖେତା ଗାଁର ରାମ ବିଳାସ ପାସିଙ୍କ ପୁଅ ଓମ୍‌ପ୍ରକାଶ ପାସି (୨୯)।

ଗତକାଲି ରାତି ପାଖାପାଖି ୧୦ଟା ୪୦ରେ ଜୟପୁର ସଦର ଥାନାର ଓଆଇସି ଏ ମହାକୁରଙ୍କୁ ସୂଚନା ମିଳିଥିଲା ଯେ, କୋରାପୁଟ ଅଂଚଳରୁ ଜୟପୁର ଦେଇ ଏକ କଦଳୀ ବୋଝେଇ ଟ୍ରକ୍‌ରେ ଗଂଜେଇ ଚାଲାଣ କରାଯାଉଛି। ଉତ୍ତର ପ୍ରଦେଶର ଏହି ଟ୍ରକ୍‌ (ୟୁପି୩୮ସିଟି-୩୮୯୬)ରେ ଚାଳକଙ୍କ ସମେତ ୨ ଜଣ ବ୍ୟକ୍ତି ଅଛନ୍ତି ବୋଲି ପୁଲିସକୁ ସୂଚନା ମିଳିଥିଲା।ଗାଡ଼ିରେ ତଦନ୍ତ ସମୟରେ ୧୦୫୪ କିଲୋ ଗଂଜେଇ ଥିବା ଜଣାପଡ଼ିଥିଲା। ଏହାର ବଜାର ମୂଲ୍ୟ ଆନୁମାନିକ ଏକ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ପୁଲିସ ସଂପୃକ୍ତ ଟ୍ରକ୍‌ ଓ ଏକ ମୋବାଇଲ୍‌ ଫୋନ୍‌କୁ ଜବତ କରିଛି।

Leave a Reply

Your email address will not be published. Required fields are marked *