ବର୍ଷା ବିତ୍ପାତ ; ରାଜ୍ୟରେ ୮୭ ବର୍ଷର ରେକର୍ଡ ଭାଙ୍ଗିଲା ଏଥରର ଲଘୁଚାପ ।

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଠ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା। ଦୁଇ ଦିନ ହେଲା ସକାଳରୁ ରାତି ଯାଏ ଲାଗି ରହିଛି ଝଡି ବର୍ଷା। ରାଜ୍ୟରେ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ଏହି ଲଘୁଚାପ ବର୍ଷା। ଗତ ୫ ବର୍ଷ ମଧ୍ୟରେ ଏମିତି ବର୍ଷା ହୋଇନଥିଲା। ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲା କାକଟପୁରରେ ରେକର୍ଡ ୫୨୫ ମିମି ବର୍ଷା ହୋଇଛି। ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା। ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି। ଲଘୁଚାପ ବର୍ଷା ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି।

Advertisement

Leave a Reply

Your email address will not be published. Required fields are marked *