ଉଛୁଳା ନଇରେ ଫସିଗଲେ ବୃଦ୍ଧା , ତିନିଘଣ୍ଟା ସଂଘର୍ଷ ପରେ ବର୍ତ୍ତିଲା ଜୀବନ ।

ବଞ୍ଚିଗଲା ଜୀବନ। ନାଳ ମଝିରେ ରହି ଯାଇଥିବା ଜଣେ ବୃଦ୍ଧା ଙ୍କ ଜୀବନ ଉଦ୍ଧାର ହୋଇଛି। ଦୀର୍ଘ ତିନି ଘଣ୍ଟା ର ଅପରେସନ ପରେ ଉଦ୍ଧାର ହୋଇଥିଲେ ବୃଦ୍ଧା ।ସବୁ ଠାରୁ ବଡ କଥା ହେଉଛି ନାଳ ମଝିରେ ରହି ଯାଇଥିବା ବୃଦ୍ଧା ଙ୍କ ଜୀବନ ବଞ୍ଚାଇବା ସହ ତାଙ୍କ ସେଠରେ ସୁରକ୍ଷିତ ରଖିବା ପାଇଁ ଆକାତ କାତ ପାଣି କୁ ଢେଇ ପଡ଼ିଥିଲେ ଯୁବକ । ଆଉ ପାଣି ମଝିରେ ବୃଦ୍ଧା ଜଣଙ୍କୁ ସୁରକ୍ଷିତ ରଖିଥିଲେ ।ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲାରେ ।

Advertisement

ଅନୁଗୋଳ ଜିଲ୍ଲାର ସହର ଉପକଣ୍ଠ ଦେଇ ବହି ଯାଇଥିବା ଲିଙ୍ଗିରା ନାଳରେ ହଠାତ ବର୍ଷା ପାଣି ମାଡ଼ି ଆସିଥିଲା ।ସକାଳ ସମୟରେ ନାଳ ମଧ୍ୟ କୁ ଶୌଚ ପାଇଁ ଯାଇଥିବା ବ୍ରାହ୍ମଣୀ ଦେଇ ବେହେରା ନାମକ ବୃଦ୍ଧା ପାଣି ମାଡ଼ି ଆସିବାରୁ ଆଉ କୂଳକୁ ଆସି ପାରି ନାଥଲେ। ଡେରଜାଙ୍ଗ ଜଳ ସେଚନ ପ୍ରକଳ୍ପ ରେ ବର୍ଷା ଜଳ ବୃଦ୍ଧି ପାଇବାରୁ ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ଗେଟ ଖୋଲି ଥିଲେ। ହଠାତ ପାଣି ମାଡ଼ି ଆସିବାରୁ ବୃଦ୍ଧା ଜଣକ ରହି ଯାଇଥିଲେ। ଦମକଳ ବହିନୀ ଉଦ୍ଧାର ପାଇଁ ପ୍ରାୟ ତିନି ଘଣ୍ଟା ଉଦ୍ୟମ କରିଥିବା ବେଳେ ନାଳ ମଧ୍ୟରେ ଭୟଭୀତ ଥିବା ବୃଦ୍ଧା ଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଯୁବକ ମାନେ ବଢ଼ିଲା ନାଳ ପ୍ରଖର ସୁଅକୁ ଖାତିର ନକରି ପାଣି କୁ ଡେଇଁ ବୃଦ୍ଧା ଙ୍କ ପାଖରେ ପହଞ୍ଚି ଥିଲେ ।ତାଙ୍କ ମନ ବଳ ଦୃଢ଼ କରିବା ସହ ସେଠରେ ବୃଦ୍ଧା ଙ୍କୁ ସୁରକ୍ଷିତ ରଖିଥିଲେ। ଶେଷରେ ଡ୍ୟାମ କର୍ତ୍ତୃପକ୍ଷ ପାଣି ବନ୍ଦ କରିବା ପରେ ଦମକଳ ବାହିନୀ ବୋଟ ସାହାଯ୍ୟ ରେ ବ୍ରାହ୍ମଣୀ ଙ୍କୁ ଉଦ୍ଧାର କରି ଡାକ୍ତର ଖାନା ନେଇଥିଲେ।

Leave a Reply

Your email address will not be published. Required fields are marked *