ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ଆଜି ଆସିପାରେ ବଡ ନିଷ୍ପତି !

ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ଆଜି ଆସିପାରେ ବଡ ନିଷ୍ପତି । ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌ ଠାରେ ୪୫ତମ ଜିଏସ୍‌ଟି ପ୍ୟାନେଲର ବୈଠକ ବସିବ। ଏହି ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ସାମିଲ କରିବାକୁ ଆଲୋଚନା ହେବ। ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନରେ ଆଣିବାକୁ ବୈଠକରେ ଆସିପାରେ ପ୍ରସ୍ତାବ । ଆଉ ଯଦି ଏହି ପ୍ରସ୍ତାବ ପାରିତ ହୁଏ, ତାହେଲେ ପେଟ୍ରୋଲ ଓ ଡିଜେଲର ଦର ଖୁବ୍ କମିପାରେ ବୋଲି କୁହାଯାଉଛି । ଏପରିକି ପେଟ୍ରୋଲ ଲିଟର ପିଛା ଦର ୭୫ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୬୮ ଟଙ୍କାକୁ କମିପାରେ ।

Leave a Reply

Your email address will not be published. Required fields are marked *