ଅନୁଗୋଳ: ଆରମ୍ଭ ହେଲା ରେଳ କୌଶଲ ବିକାଶ ଯୋଜନା ।ଯାହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ।ନୂଆଦିଲ୍ଲୀ ରୁ ଭିଡିଓ କନ୍ଫରେନ୍ ମଧ୍ୟରେ ଏହି ଯୋଜନା ର ଆରମ୍ଭ କରିଛନ୍ତି । ଆଗହି ଯୁବ ପିଢିକ ଦକ୍ଷତା ର ବିକାଶ ପାଇଁ ପୂର୍ବତଟ ରେଳବାଇ ଯୋଜନା ହାତକୁ ନେଇଛି।ପ୍ରଧାନମନ୍ତ୍ରୀ ମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ଏହି ରେଳ କୌଶଲ ଯୋଜନା କାର୍ଯ୍ୟକାରୀ କରିବ। ଯୁବ ପିଢ଼ି ଙ୍କୁ ବିଭିନ୍ନ କ୍ଷତ୍ରରେ ଟ୍ରେନିଂ ଦେଇ କିଭଳି ସେମାନଙ୍କ ଦକ୍ଷତା ର ବିକାଶ କରାଯିବ ସେଥିପାଇଁ ରେଳବାଇ କାର୍ଯ୍ୟ କରିବ ।ଏହି ଯୋଜନାରେ, ସର୍ବନିମ୍ନ 18 ରୁ 35 ବର୍ଷ ବୟସରେ ମାଟ୍ରିକ୍ ପାସ୍ ଯୋଗ୍ୟତା ଥିବା ବେକାର ଯୁବକମାନଙ୍କୁ ଦକ୍ଷତା ବିକାଶ ପାଇଁ ମାଗଣା ତାଲିମ ଦିଆଯିବ | ସଫଳତାର ସହିତ ପ୍ରସିକ୍ଷଣ ସମ୍ପାଦନ ପରେ ଛାତ୍ରଛାତ୍ରୀ ମାନଙ୍କୁ ରେଳବାଇ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯିବ | ପୂର୍ବ ତଟ ରେଳପଥ ଏହି ଅଞ୍ଚଳର 2500 ଯୁବକଙ୍କୁ ଏହି ସୁଯୋଗ ପ୍ରଦାନ କରିବାକୁ ଯୋଜନା କରିଛି ।ଏହା ବ୍ୟତିତ ୱେଲଡିଂ, ବୈଦ୍ୟୁତିକ କାର୍ଯ୍ୟ ଓ ଫିଟର କାର୍ଯ୍ୟ ଇତ୍ୟାଦିରେ ପ୍ରସିକ୍ଷଣ ପାଇଁ ବିଶାଖାପାଟନମରେ ଡିଜେଲ ଲୋକୋ ଶେଡ, ଅନୁଗୋଳ ଓ ବିଶାଖାପାଟନମ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଏବଂ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ମାନଙ୍କରେ ପ୍ରତ୍ୟେକ ସ୍ଥାନରେ 20 ଟି ସ୍ଲଟ୍ ସହିତ ତାଲିମ ଦିଆଯିବ | ପ୍ରତ୍ୟକ ବିଦ୍ୟାର୍ଥୀଙ୍କୁ ତିନି ସପ୍ତାହ ମଧ୍ୟରେ ୧୦୦ ଘଣ୍ଟାର ପ୍ରସିକ୍ଷଣ ଦିଆଯିବ।

ଅନୁଗୋଳ ଠାରେ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ସମସ୍ତ ବିଭାଗୀୟ ମୁଖ୍ୟ ଙ୍କ ସମେତ ଅନେକ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ ରେଳ କୌଶଳ ବିକାଶ ଯୋଜନା ଏହି ଅଞ୍ଚଳର ବେକାର ଯୁବକମାନଙ୍କ ପାଇଁ ସହାୟକ ହେବ ଏବଂ ସେମାନେ ବିଭିନ୍ନ ଦକ୍ଷତା ବିଷୟରେ ଜାଣିପାରିବେ ଏବଂ ନିଜସ୍ୱ ଉଦ୍ୟୋଗ ପାଇଁ ନିଜକୁ ବିକାଶ କରିପାରିବେ କିମ୍ବା ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଚାକିରି ପାଇପାରିବେ। ତାଲିମ ଦିଆଯାଉଥିବା ଯୁବକମାନେ ଏହାଦ୍ୱାରା ଅଭିନବ ଏବଂ ସୃଜନଶୀଳ ଚିନ୍ତାଧାରା ବିକାଶ ପାରିବେ |