ଚରଣଜିତ୍‌ ସିଂହ ଚନ୍ନି ହେବେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ.

ଚଣ୍ଡିଗଡ଼: ପଞ୍ଜାବକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ଚରଣଜିତ୍‌ ସିଂହ ଚନ୍ନି ହେଲେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ । ଗତକାଲି କ୍ୟାପଟେନ୍‌ ଅମରିନ୍ଦର ସିଂହ ସିଏମ୍‌ ପଦରୁ ଇସ୍ତଫା ଦେବାପରେ କିଏ ଧରିବ ମଙ୍ଗ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ଚରଣଜିତ୍‌ ସିଂହ ଚନ୍ନିଙ୍କ ନାଁ ରେ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଚରଣଜିତ୍‌ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବାନେଇ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ୍‌ ରାୱତ ।

Leave a Reply

Your email address will not be published. Required fields are marked *