ବାରବାଟୀରେ ହେବ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମୁକାବିଲା

କଟକ ; ବାରବାଟୀ ଷ୍ଟାଡିୟମ୍‌କୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ । ଆସନ୍ତାବର୍ଷ ଅର୍ଥାତ୍ ୨୦୨୨ରେ ୱେଷ୍ଟଇଣ୍ଡିଜ୍‌ ଦଳ ଭାରତ ସହ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଫେବୃଆରୀ ୬ରୁ ୨୨ ମଧ୍ୟରେ ଖେଳିବାକୁ ଆସିବାର ସମ୍ଭାବନା ରହିଛି। ଏହି ମ୍ୟାଚ୍‌ଗୁଡ଼ିକର ଭେନ୍ୟୁ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ କେଉଁ ମ୍ୟାଚ୍ କେବେ ଅୟୋଜିତ ହେବ ତାହା ସୋମବାର ବିସିସିଆଇ ଅପେକ୍ସ କାଉନ୍ସିଲ ବୈଠକରେ ଚୂଡାନ୍ତ ହେବ ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍‌ଟି କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ଏହି ମ୍ୟାଚଟି ୨୦୨୨ ଫେବୃଆରୀ ୧୫ କିମ୍ବା ଏହା ପରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।ଶେଷଥର ଲାଗି ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ୨୦୧୯, ଡିସେମ୍ବର ୨୨ରେ ଖେଳାଯାଇଥିଲା । ଏହି ଦିନ ଅନୁଷ୍ଠିତ ଦିନିକିଆ ମ୍ୟାଟ୍‌ରେ ଭାରତ ୪ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ସେହିପରି ବାରବାଟୀରେ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏହା ମଧ୍ୟରୁ ୨୦୧୫ ଅକ୍ଟୋବର ୫ରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ଭାରତକୁ ବାରବାଟୀରେ ହରାଇଥିଲା।ସେହିପରି ୨୦୧୭ ଡିସେମ୍ବର ୨୦ରେ ଅନୁଷ୍ଠିତି ଦ୍ବିତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଭାରତ ୯୩ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଏବେ କଟକରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଆୟୋଜିତ ହେବାକୁ ଯାଉଥିବାରୁ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି

Advertisement

Leave a Reply

Your email address will not be published. Required fields are marked *