ପିପିଲି: ଗତକାଲି ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ଥାନାର ଛାତ ଭୁଷୁଡି ପଡିବା ସହ କାନ୍ଥ ଭାଙ୍ଗି ମାଟିରେ ମିଶିଛି। ବିସ୍ଫୋରଣ ଫଳରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ଆଇଆଇସି ଅଫିସ ସମେତ ହାଜତ ମଧ୍ୟ ମାଟିରେ ମିଶିଛି। କେଉଁ କାରଣରୁ ବିସ୍ଫୋରଣ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟି ହୋଇପାରିନାହିଁ। ଜବତ ହୋଇଥିବା ବିସ୍ଫୋରକ ଫୁଟି ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

ଥାନାରେ ବିସ୍ଫୋରଣ ଘଟିଥିବା ଖବର ପାଇ ଆଜି ସକାଳେ ପୁରୀ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଲାଗି ସେଠାରେ ଫରେନସିକ୍ ଟିମ୍ ପହଞ୍ଚିଛନ୍ତି। କେଉଁ କାରଣରୁ ବିସ୍ଫୋରଣ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟି ହୋଇପାରିନାହିଁ। ଜବତ ହୋଇଥିବା ବିସ୍ଫୋରକ ଫୁଟି ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ପୁରୀ ଏସପି ଡକ୍ଟର କେ ବିଶାଲ ସିଂହ କହିଛନ୍ତି, ମାଲଖାନାରେ କିଛି ସଂରକ୍ଷିତ ଜିନିଷ (ବାଣ କିମ୍ବା କମ୍ ତୀବ୍ରତା ଥିବା ବିସ୍ଫୋରକ) କାରଣରୁ ବିସ୍ଫୋରଣ ଘଟିଛି। ବିସ୍ଫୋରଣର କାରଣ କଣ, ତାହା ଜାଣିବା ପାଇଁ ବିସ୍ତୃତ ଅନୁସନ୍ଧାନ କରାଯାଉଛି।
