ଏଣିକି ବିଦ୍ୟୁତ୍ ପାଇଁ ଲାଗିବ ପ୍ରିପେଡ ସ୍ମାର୍ଟ ମିଟର.

ଭୁବନେଶ୍ବର: ଏଣିକି ବିଦ୍ୟୁତ୍ ପାଇଁ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ ଏବଂ ଗ୍ରାହକ ଚାହିଁଲେ ଲଗେଇପାରିବେ ସ୍ମାର୍ଟ ମିଟର। ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଦ୍ୟୁତ୍ ବ୍ୟବହାର କରିବ ବୋଲି ନିଷ୍ପତ୍ତି ହୋଇଛି।ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ କେତୋଟି ଦିଗ ଉପରେ ଆଲୋଚନା କରାଯାଇଛି। ଯେଉଁ ଅଞ୍ଚଳରେ ଠିକ୍ ଭାବେ ବିଦ୍ୟୁତ୍ ଯୋଗାଣ ହୋଇପାରିନି, ସେଠି କେମିତି ତାହାର ଉପଯୁକ୍ତ ବ୍ୟବସ୍ଥା ହେବ, ସେଥିନେଇ ଆଲୋଚନା ହୋଇଛି। ଏଣିକି ଏସଏଚଜି ଦ୍ୱାରା ବିଲ ଆଦାୟ କରିବ କମ୍ପାନି। ଘରକୁ ଯାଇ ବିଲ ଆଦାୟ କରିବ ଏସଏଚଜି। ଯେଉଁ ଘରକୁ ଲାଇନ ଦିଆଯାଇନି, ତୁରନ୍ତ ଦିଆଯିବ। ପାୱାର କଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର। ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି, ଟେକ୍ନିକାଲ ହେଉ ବା ନନ୍ ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଅର୍ଥ ପାଇବେ। ଠିକଣା ସମୟରେ ବିଲ ଆଦାୟ ପାଇଁ, ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ ଦେବା ପାଇଁ କୁହାଯାଇଛି।

Advertisement

Leave a Reply

Your email address will not be published. Required fields are marked *