ତାଳଚେର ଫଟିଲାଇଜରରେ ଆଜାଦୀକା ଅମୃତ ମହୋତ୍ସବ ।

ଅନୁଗୋଳ: ତାଳଚେର ଫଟିଲାଇଜର ପକ୍ଷରୁ ତିନିଦିନ ବ୍ୟାପୀ ଆଜାଦିକା ଅମୃତ ମହୋତ୍ସବ ପାଳିତ ହୋଇ ଯାଇଛି। ଏହି ଅବସର ରେ ଗତ ଆଠ ତାରିଖରୁ କମ୍ପାନୀ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। TFL ର କାର୍ମିକ ଭବନ ସମ୍ମିଳନୀରେ କକ୍ଷରେ କମ୍ପାନୀ ସଞ୍ଚାଳନ ନିର୍ଦେଶକ ସଞ୍ଜୟ ଅରୋରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଏହି ସଭାରେ ଡ଼ ପ୍ରସନ୍ନ ବରାଳ ମୁଖ୍ୟବକ୍ତା ,କମ୍ପାନୀ ର ମହା ପ୍ରବନ୍ଧକ ପଞ୍ଚାନନ ହଳଧର ଓ ବଳବନ୍ତ ଗୋସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଉଦଘାଟନ ଉତ୍ସବ ପରେ ପରେ କାରଖାନା ପରିସର ରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା ।ଏହି ଅବସରେ ସ୍ବାଧୀନତା ସଂଗ୍ରାମୀ ବଂଶୀଧର ପ୍ରଧାନ ଙ୍କୁ କମ୍ପାନୀ ପ୍ରତିନିଧି ମାନେ ଭେଟି ଯଥାମାନ୍ୟ  ସମ୍ମାନ ପଦର୍ଶନ କରିଥିଲେ। ଏଥିପାଇଁ ପଦଯାତ୍ରା ଓ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା।

Advertisement

ଏହା ସହିତ ଭରତପୁର ବ୍ରାହ୍ମଣୀ ଅଫିସର କ୍ଲବ ଠାରେ ଉଦ୍ଦଯାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବ ରେ କମ୍ପାନୀ ସଞ୍ଚାଳନ ନିର୍ଦେଶକ ସଞ୍ଜୟ ଅରୋରା ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଶାଶନିକ ଅଧିକାରୀ ଭାବେ ଡାଃ ଧରଣୀ ଧର ନାଥ , ବିକ୍ରମପୁର ଥାନା ଅଧିକାରୀ ଜାଜ୍ଞସେନୀ ପ୍ରଧାନ, କମ୍ପାନୀ ର ମହା ପ୍ରବନ୍ଧକ ପଞ୍ଚାନନ ହଳଧର, MCL ଭରତ ପୁର ପ୍ରୋଜେକ୍ଟ ଅଫିସର ସତ୍ୟଜିତ କୁମାର, ବଳବନ୍ତ ଗୋସ୍ବାଇଁ ଜିଏମ ଟିଏଫଏଲ, ସିଆଇଏସଏଫ (ଏସସି) କାର୍ତ୍ତିକ ପାତ୍ର ଙ୍କ ସମେତ ଅନେକ କମ୍ପାନୀ କର୍ମଚାରୀ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁମନ୍ତ ପ୍ରଧାନ , ସତ୍ୟବ୍ରତ ମିଶ୍ର, ସୋମ୍ୟକାନ୍ତ କର , ହରଗୋପାଳ ପ୍ରତି ।     

Leave a Reply

Your email address will not be published. Required fields are marked *