ଆଇସିସି ଟି-୨୦ ବିଶ୍ୱକପ୍: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ।

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ରବିବାର ସୁପର୍‌-୧୨ ପର୍ଯ୍ୟାୟ ଗ୍ରୁପ୍‌-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏହି ଗ୍ରୁପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଏହି ମ୍ୟାଚ୍ ଉଭୟ ଦଳ ଲାଗି କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଅର୍ଥାତ୍ ଯେଉଁଦଳ ଆଜି (ରବିବାର) ମ୍ୟାଚରେ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଖେଳିବାର ସୁଯୋଗ ଅଧିକ ସୃଷ୍ଟି କରିବ। ଦୁବାଇରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବାକୁ ଥିବା ସୁପର୍‌-୧୨ ପର୍ଯ୍ୟାୟର ଏହି ମ୍ୟାଚ୍ ଏକପ୍ରକାର ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।

Advertisement

ଇତିହାସ ଉପରେ ନଜର ପକାଇଲେ ଭାରତ ଶେଷଥର ଲାଗି ଆଇସିସି ଇଭେଣ୍ଟ (ଟି-୨୦, ଏକଦିବସୀୟ ଓ ଟେଷ୍ଟ ଚାମ୍ପିଅନ୍‌ସିପ୍)ରେ ୨୦୦୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ସେହିଭଳି ଟି-୨୦ ବିଶ୍ବକପ୍‌ରେ ଉଭୟ ଦଳ ୨ଥର ଭେଟାଭେଟି ହୋଇଛନ୍ତି। ଯେଉଁଥିରେ ଉଭୟ ମ୍ୟାଚରେ ଭାରତକୁ ନିରାଶ ହେବାକୁ ପଡ଼ିଛି।

Leave a Reply

Your email address will not be published. Required fields are marked *