ଭାରତ ଓ ନିଉଜିଲାଣ୍ଡ୍‌ ଟି-୨୦ ଓ ଟେଷ୍ଟ୍‌ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ ।

ନୂଆଦିଲ୍ଲୀ: ଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ନଭେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ଟି-୨୦ ଓ ଟେଷ୍ଟ ସିରିଜରେ ରୋହିତ ଶର୍ମା ଭାରତର ନେତୃତ୍ବ ନେବେ ବୋଲି ‘ବିସିସିଆଇ’ ପକ୍ଷରୁ ପ୍ରକାଶ।‘ଟି-୨୦ ବିଶ୍ବକପ୍‌’ ପରେ ଏହି ସିରିଜ୍‌ ହେଉଛି ନିଉଜିଲାଣ୍ଡ୍‌ ବିପକ୍ଷରେ ଭାରତର ପ୍ରଥମ ଅଭିଯାନ। ଉକ୍ତ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଅଧିନାୟକ ହେବେ। ପରବର୍ତ୍ତୀ ସେଠାରେ ଟିମ୍ ଇଣ୍ଡିଆ ୩ଟି ‘ଟି-୨୦’ର  ଏବଂ ୨ଟି ଟେଷ୍ଟ୍‌ ଖେଳିବ। ଏଥିଲାଗି ଦଳ ଘୋଷଣା ମଧ୍ୟ କରାଯାଇଛି। ପୂର୍ବତନ ଅଧିନାୟକ ବିରାଟ କୋହଲି ଟି-୨୦ ସିରିଜ୍ ଖେଳିବେ ନାହିଁ। ସେ ବିଶ୍ରାମ ନେଇଛନ୍ତି ବୋଲି ବିସିସିଆଇ ସୂତ୍ରରୁ ପ୍ରକ‌ାଶ।

ଭାରତର ଟି-୨୦ ଦଳ: ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଭାଇସ୍-କ୍ୟାପଟେନ), ଋତୁରାଜ ଗାଏକୱାଡ, ଶ୍ରେୟସ୍ ଆୟର୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ୍ କିଶନ (ୱିକେଟ୍ କିପର), ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନ୍, କ୍ଷର ପଟେଲ, ଅଭେସ୍ ଖାନ, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ ଓ ମହମ୍ମଦ ସିରାଜ | ‘ଟି-୨୦ ବିଶ୍ବକପ୍‌’ରେ ଭାଗ ନେଇଥିବା କେତେକ ଖେଳାଳି ଜୟପୁରରେ ‘ବାୟୋ ବବଲ୍‌’ରେ ଯୋଗ ଦେବେ। ସେଠାରେ ନଭେମ୍ବର ୧୭ରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ।ସେହିଭଳି, ନଭେମ୍ବର ୧୯ରେ ‘ଟି-୨୦’ ସିରିଜର ଦ୍ବିତୀୟ ମ୍ୟାଚ ରାଞ୍ଚିରେ ଓ ୨୧ରେ କୋଲ୍‌କାତାରେ ତୃତୀୟ ମ୍ୟାଚ୍ ଖେଳାଯିବ।ଏହାଛଡ଼ା, ନଭେମ୍ବର ୨୫ ତାରିଖରେ ପ୍ରଥମ ଟେଷ୍ଟ୍‌ମ୍ୟାଚ୍‌ କାନପୁରରେ ଖେଳାଯିବାକୁ ଥିବା ବ‌େଳେ ଡିସେମ୍ବର ୩ ତାରିଖରେ ମୁମ୍ବାଇରେ ଆରମ୍ଭ ହେବ ଦ୍ବିତୀୟ ଟେଷ୍ଟ୍‌ମ୍ୟାଚ୍‌।

Leave a Reply

Your email address will not be published. Required fields are marked *