ଓ.ପି. ଜିନ୍ଦଲ ସ୍କୁଲର ଆରମ୍ଭ ହେଲା ଡିଜିଟାଲ ଲାଇବ୍ରେରି

ଅନୁଗୋଳ: ଡିଜିଟାଲ କ୍ରାନ୍ତିରେ ସାମିଲ ହୋଇଛି ଅନୁଗୋଳ ଜିନ୍ଦଲ ଷ୍ଟିଲର ଓ.ପି. ଜିନ୍ଦଲ ସ୍କୁଲ । ଆରମ୍ଭ କରିଛି ଡିଜିଟାଲ ଲାଇବ୍ରେରି । ଯାହାକୁ ବିଶ୍ଵର କୋଣ ଅନୁକୋଣରେ ରହୁଥିବା ସମସ୍ତେ ଦେଖି ପାରିବେ l ଉଦଦ୍ଘାଟନୀ ଉତ୍ସବରେ ଜିନ୍ଦଲ ଅନୁଗୋଳ ପ୍ଳାଣ୍ଟରନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଇ-ଲାଇବ୍ରେରିକୁ ଉଦଦ୍ଘାଟନ କରିଛନ୍ତି ।

ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ଗୁରୁତ୍ବପୂର୍ଣ ଭୂମିକା ରହିଛି । ଏହି ପରି ପଦକ୍ଷେପ ଦ୍ଵାରା ସ୍କୁଲ ଛାତ୍ର ଛାତ୍ରୀଙ୍କ ସହ ଅନ୍ୟମାନେ ମଧ୍ୟ ଉପୋକୃତ ହୋଇ ପାରିବେ ଏବଂ ସେମାନେ ବିଶ୍ଵର ଯେ କୌଣସି ପ୍ରାନ୍ତରେ ଥାଇ ମଧ୍ୟ ଯେ କୌଣସି ସମୟରେ ଜ୍ଞାନ ଆହରଣ କରି ପାରିବେ ବୋଲି ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ମିତ୍ତଲ କହିଥିଲେ । ସ୍କୁଲ ଅଧ୍ୟକ୍ଷ ଶ୍ରୀ ଅତନୁ କୁମାର ରଥ ଏହି ଡିଜିଟାଲ ଲାଇବ୍ରେରିର ବହୁବିଧ ବିଶେଷତା ଉପରେ ଆଲୋକପାତ କରିବା ସହ ଏହାକୁ ଏହି ଲିଙ୍କ https://opjsalibrary.wixsite.com/angul ମାଧ୍ୟମରେ ଦେଖି ହେବ ବୋଲି ପ୍ରକାଶ କରିଥିଲେ l

ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଗୀତା ଶର୍ମା ଧନ୍ୟବାଦ ପ୍ରଦାନ କରିବା ସହ ବିଦ୍ୟାଳୟ ଵାର୍କିଙ୍ଗ କମିଟିକୁ ଏହି ସହାୟତା ନିମନ୍ତେ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ଉପଲକ୍ଷେ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *