ଜିନ୍ଦଲରେ ଉଦଦ୍ଘାଟିତ ହେଲା ଆମିଟିଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ

ଅନୁଗୋଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଜିନ୍ଦଲ ନଗର ପରିସରରକ୍ରୀଡାଙ୍ଗନ ଠାରେ ଆମିଟି କପ,ଇଣ୍ଟର ଇଣ୍ଡଷ୍ଟ୍ରିଟି-୨୦ କ୍ରିକେଟ ଟୁର୍ନାମେଣ୍ଟ – ୨୦୨୧ ଉଦଘାଟିତ ହୋଇଅଛି l ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିଜିଓନାଲ ଅଫିସରଡଃ ଅନୁପ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟି-୨୦ ଚତୁଃ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ l ଏହି ଅବସରରେ ଜେଏସପିଏଲ ଅନୁଗୋଳ ପ୍ଳାଣ୍ଟର ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝା , ନିର୍ବାହୀ ନିର୍ଦ୍ଦେଶକଶ୍ରୀ ଦାମୋଦର ମିତ୍ତଲ, ଶ୍ରୀ ସବ୍ୟସାଚୀ ବନ୍ଦୋପାଧ୍ୟାୟ ଏବଂ ଟାଟା ଷ୍ଟିଲ ପରିବେଶ ବିଭାଗ ମୁଖ୍ୟ ଶ୍ରୀ ସରୋଜ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ l

ଏହି ଆମିଟି ଇଣ୍ଟର ଇଣ୍ଡଷ୍ଟ୍ରି କପ କ୍ରିକେଟ ଟୁର୍ନାମେଣ୍ଟ – ୨୦୨୧ରେ ଅଂଶ ଗ୍ରହଣ କରୁଥିବା ସମସ୍ତ ୬ ଗୋଟି ଦଳକୁ ୨ଟି  ଗୃପରେ ବିଭକ୍ତ କରାଯାଇଅଛି ଏବଂ ଗୃପ A ଦଳର ବିଜେତା, ଗୃପ B ଦଳର ବିଜେତାକୁ ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ନଭେମ୍ବର ୨୧ ତାରିଖ ରବିବାର ଦିନ ପରସ୍ପରକୁ ଭେଟିବେ l ଉଦଘାଟନୀ ମ୍ୟାଚରେ ଜେଏସପିଏଲ ବନାମ ଏମଜିଏମ ଷ୍ଟିଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଟସ ଜିତି ଏମଜିଏମ ଷ୍ଟିଲ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୮.୪ ଅଭରରେ ୯୩ ରନ ସଂଗ୍ରହ କରିଥିଲେ l ୯୪ ରନର ପିଛା କରି ଜେଏସପିଏଲ ଦଳ ମାତ୍ର ୯ ଅଭରରେ ଦୁଇ ଉଇକେଟ ବିନିମୟରେ ୯୬ ରନ ସଂଗ୍ରହକରି ପ୍ରାରମ୍ଭିକ ମ୍ଯାଚର ବିଜେତା ହୋଇଥିଲେ l ଜେଏସପିଏଲ ଦଳର ଶ୍ରୀ ପୁନିତ ରଘୁବଂଶୀ ମୂଲ୍ୟବାନ ୩ ଉଇକେଟ ନେଇଥିବା ଯୋଗୁଁ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲା l

ସେହି ଭଳି ଦ୍ଵିତୀୟ ମ୍ଯାଚଟି ଜେଆଇଟିପିଏଲ ବନାମ ଜିଏମଆର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଟସ ଜିଣି ଜେଆଇଟିପିଏଲ ଦଳ ନିର୍ଦ୍ଧାରିତ ୨୦ ଅଭରରେ ୯ ଉଇକେଟ ବିନିମୟରେ ୧୮୦ ରନ ସଂଗ୍ରହ କରିଥିଲା l ୧୮୧ ରନର ପିଛା କରି  ଜିଏମଆର ଦଳ ମାତ୍ର ୧୩.୨ ଅଭରରେ ୧୧୭ ରନ କରି ଅଲ ଆଉଟ ହୋଇଯାଇଥିଲେ l ଜେଆଇଟିପିଏଲ ଦଳର ଶ୍ରୀ ରାକେଶ ସାହୁ ୩୧ ବଲରେଦ୍ରୁତ ୫୬ ରନ ସଂଗ୍ରହ କରିଥିବା ଯୋଗୁଁ ମ୍ୟାନ ଅଫ ଦ ମ୍ଯାଚ ବିବେଚିତ ହୋଇଥିଲେ l ଏହି ଟୁର୍ନାମେଣ୍ଟରେ ଜେଏସପିଏଲ, ଟାଟା ଷ୍ଟିଲ, ମେରାମଣ୍ଡଳୀ,ଜେଆଇଟିପିଏଲ,ଜିଏମଆର,ଏମଜିଏମ ଷ୍ଟିଲ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳ ଅଂଶ ଗ୍ରହଣ କରୁଛନ୍ତି l

Leave a Reply

Your email address will not be published. Required fields are marked *