ଅନୁଗୋଳ: ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଜିନ୍ଦଲ ନଗର ପରିସରରକ୍ରୀଡାଙ୍ଗନ ଠାରେ ଆମିଟି କପ,ଇଣ୍ଟର ଇଣ୍ଡଷ୍ଟ୍ରିଟି-୨୦ କ୍ରିକେଟ ଟୁର୍ନାମେଣ୍ଟ – ୨୦୨୧ ଉଦଯାପନ ହୋଇଅଛି lଆଜିର ଏହି ଚିତ୍ତାକର୍ଷକ ଫାଇନାଲ ମ୍ଯାଚ ଜେଏସପିଏଲ ଦଳ ବନାମ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମ୍ୟାଚରେ ଜେଏସପିଏଲଦଳ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳକୁ ୪ ଉଇକେଟରେପରାସ୍ତ କରି ଚମ୍ପିଆନ ହୋଇଥିଲା l
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସିନିୟର ଏନଭାଇରନମେନ୍ଟ ଇଞ୍ଜିନିୟର ଶ୍ରୀ ସନ୍ତୋଷ କୁମାର ପଣ୍ଡା,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସିନିୟର ଏନଭାଇରନମେନ୍ଟ ଇଞ୍ଜିନିୟର ଶ୍ରୀ ଶିତିକାନ୍ତ ସାହୁ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିଜିଓନାଲ ଅଫିସରଡଃ ଅନୁପ ମଲିକ,ଜେଏସପିଏଲ ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝା , ଆଇରନ ଜୋନ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ ,ଟାଟା ଷ୍ଟିଲପରିବେଶ ବିଭାଗ ମୁଖ୍ୟ ଶ୍ରୀ ସରୋଜ ବାନାର୍ଜୀଙ୍କ ସମେତ ଶତାଧିକ କ୍ରୀଡାପ୍ରେମୀ ଏହି ଚିତ୍ତାକର୍ଷକଫାଇନାଲ ମ୍ଯାଚକୁ ଉପଭୋଗ କରିଥିଲେ l
ଟସ ଜିଣି ବ୍ୟାଟିଙ୍ଗ କରିବାର ନିଷ୍ପତି ନେଇ ପ୍ରଥମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଧାରିତ ୨୦ ଅଭର ରେ ୭ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲେ l ୧୩୪ ରନର ଲକ୍ଷ୍ୟକୁ ଜେଏସପିଏଲ ଦଳ ୧୯.୨ ଅଭର ରେ ୬ ଉଇକେଟ ବିନିମୟରେ ହାସଲ କରି ନେଇଥିଲେ l ଏହି ଟୁର୍ନାମେଣ୍ଟରେ ଜେଏସପିଏଲ ଦଳର ଶ୍ରୀ ରାହୁଲ ଆନେପୁ ମ୍ୟାନ ଅଫ ଦି ମ୍ଯାଚ ଏବଂ ଟୁର୍ନା ମେଣ୍ଟ ,ଶ୍ରେଷ୍ଠ ବୋଲର , ଶ୍ରେଷ୍ଠ ବ୍ୟାଟସମାନ ଭାବେ ବିବେଚିତ ହୋଇଥିବା ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର,ରାଜେସ ପ୍ରଧାନ ଏବଂ ଦୀପ୍ତି ରଞ୍ଜନ ଶ୍ରେଷ୍ଠ ଉଇକେଟ କିପର ଏବଂ ଶ୍ରେଷ୍ଠ ଫିଲଡର ଭାବେ ପୁରସ୍କୃତ ହୋଇଥିଲେ l ଜେଆଇଟିପିଏଲ ଦଳ ଏହି ଟୁର୍ନା ମେଣ୍ଟରଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପରିଗଣିତ ହୋଇଥିଲା l
ବିଜୟୀ ଦଳ,ରନର୍ସ ଅପ ଦଳ ତଥା ସମସ୍ତ ସଫଳ ଖେଳାଳିଙ୍କୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରଯାଇଥିଲା l ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳର ଅଧିନାଯକ ଶିତିକାନ୍ତ ସାହୁ ଏବଂ ଜେଏସପିଏଲ ଦଳର ଅଧିନାଯକ ଦେବେନ୍ଦ୍ର ସାହୁ ଆୟୋଜକଙ୍କୁ ସୁନ୍ଦର ଆୟୋଜନ ନିମନ୍ତେ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ଆମିଟି କପ, ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟକୁ ଓଡିଶା କ୍ରିକେଟ ଆସୋସିଏସନର ପ୍ୟାନେଲ ଅମ୍ପାୟାର ଶ୍ରୀ ଜୟକୃଷ୍ଣ ରାଉତ, ଶ୍ରୀ ମହେଶ କୁମାର ମୁନସି ଏବଂ ଶ୍ରୀ ତାପସ ମହାନ୍ତି ପରିଚାଳନା କରିଥିଲେ l ଏହି ଟି-୨୦ ଚତୁଃ ଦିବସୀୟକ୍ରିକେଟ ଟୁର୍ନାମେଣ୍ଟରେଜେଏସପିଏଲ, ଟାଟା ଷ୍ଟିଲ, ମେରାମଣ୍ଡଳୀ,ଜେଆଇଟିପିଏଲ,ଜିଏମଆର,ଏମଜିଏମ ଷ୍ଟିଲ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳ ଅଂଶ ଗ୍ରହଣ କରିଥିଲେ l ଆମିଟି କପ ର ପରବର୍ତୀ ସଂସ୍କରଣ ଟାଟା ଷ୍ଟିଲ ମେରମଣ୍ଡଳୀ ରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରଯାଇଥିଲା l