ସୁଧ କାରବାର କରି ଗିରଫ ହେବା ଘଟଣା ;ସଫେଇ ରଖିଲେ ସୁଶୀଲ ଅଗ୍ରୱାଲ.

ଅନୁଗୋଳ ସହରର ସୁଶୀଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ନାଁରେ ଆସିଥିବା ସୁଧ କାରବାର ଅଭିଯୋଗ ଏବେ ଭିନ୍ନ ମୋଡ଼ ନେଇଛି। ପୋଲିସ ତାଙ୍କ ବିରୁଦ୍ଧରେ ମିଥ୍ୟା ମକଦମା କରିଥିବାରୁ ସେ ପୋଲିସ ବିରୁଦ୍ଧରେ କୋର୍ଟରେ ମାନହାନି ମକଦମା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଛେଣ୍ଡିପଦା ଥାନା କମ୍ପସଲା ହାଇ ସ୍କୁଲର ଶିକ୍ଷକ ଵଂଶୀଧର ଦେହୁରୀ ସୁଶୀଲଙ୍କ ବିରୁଦ୍ଧରେ ଗତ ୧୨ତାରିଖ ଅନୁଗୋଳ ସଦର ଥାନାରେ ଅଭିଯୋଗ କରିଥିଲେଯେ ସେ ସୁଶୀଲଙ୍କ ଠାରୁ ୫ଲକ୍ଷ ଟଙ୍କା କରଜ କରିଥିଲେ। ସୁଧ ବାବଦରେ ସେ ୨୫ଲକ୍ଷ ଟଙ୍କା ଆଦାୟ କରିବାକୁ ଧମକ ଦେଇଥିଲେ। ପୋଲିସ ଏକ ମକଦମା ରୁଜୁ କରି ସୁଶୀଳଙ୍କୁ ଗିରଫ କରିଥିଲେ। ଅବଶ୍ୟ ତୁରନ୍ତ ଜାମିନ ମିଳି ଯାଇଥିଲା।

କିନ୍ତୁ ସୁଶୀଲ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିଯେ ଵଂଶୀଧର ତାଙ୍କ ଠାରୁ ୨ଟି ପର୍ଯ୍ୟାୟରେ ୧୧ଲକ୍ଷ ୭୦ହଜାର ଟଙ୍କା ନେଇଛନ୍ତି। ସେ ନିଜର ଜମି ବିକ୍ରି କରିବାକୁ ଟଙ୍କା ନେଇଥିଲେ। ଏଥିପାଇଁ ସେ ଚେକ ଦେଇଛନ୍ତି। ନୋଟାରୀଙ୍କ ପାଖରେ ଟଙ୍କା ଜମି ପାଇଁ ନେଇଥିବା ସତ୍ୟପାଠ କରିଛନ୍ତି। ସେ ସବୁ ଡକୁମେଣ୍ଟ ପୋଲିସକୁ ଦେଖାଇବା ପରେ ମଧ୍ୟ ପୋଲିସ ଉଦ୍ଧେଶ୍ୟ ମୂଳକ ଭାବେ ମକଦମା ରୁଜୁ କଲା। ତେଣୁ ପୋଲିସ ବିରୁଦ୍ଧରେ ନିଶ୍ଚିତ ଭାବେ ମାନ ହାନି ମକଦମା କରିବାକୁ ଚେତାବନୀ ଦେଇଛନ୍ତି। ଅଭିଯୋଗକାରୀ ଶିକ୍ଷକଙ୍କୁ ଯେତେ ଚେଷ୍ଟା କରି ମଧ୍ୟ ଯୋଗା ଯୋଗ ହୋଇ ପାରି ନାହିଁ। ତେବେ ସଦର ଥାନା ଆଇ ଆଇ ସି ଫୋନ ଉଠାଉ ନାହାନ୍ତି।

Leave a Reply

Your email address will not be published. Required fields are marked *