କୁନି ମଡେଲ ସାଇ ଲସ୍କନ୍ୟା ,ଗ୍ଲୋବାଲ ମଡେଲ ଇଣ୍ଡିଆର ଫ୍ୟାସନ ସୋରେ ଦେଖାଇଲେ କମାଲ ।

ପୁରୀ : ଗ୍ଲୋବାଲ ମଡେଲ ଇଣ୍ଡିଆର ଫ୍ୟାସନ ସୋରେ ଚମକିଲେ ଅନୁଗୋଳ ର କୁନି ମଡେଲ ସାଇ ଲସ୍କନ୍ୟା । ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀରେ ଆୟୋଜିତ “ଫ୍ୟାସନ ସୋରେ ମଡେଲମାନେ ସମ୍ବଲପୁରୀ ବେଶ ପୋଷାକ ପରିଧାନ କରି ରାମ୍ପ ଶୋରେ ପ୍ରଦର୍ଶନ କରିଥିଲେ । ଏଥିରେ ସବୁଠାରୁ ଆକର୍ଷଣ ଥିଲା  କୁନି ମଡେଲ ସାଇ ଲସ୍କନ୍ୟା । ପୁନେର ଗ୍ଲୋବାଲ ବିୟୁଟି  ଇଣ୍ଟରନାସନାଲ ଅର୍ଗାନାଇଜେସନ ପକ୍ଷରୁ ଗ୍ଲୋବାଲ ମେଡଲ ଫେସନ ସୋ କରାଯାଇଥିଲା। ଗ୍ଲୋରିଅସ ଓଡିଶାର ଥିମ ନେଇ ଫେସନ ଇକ୍ଲୁସିଭ ସୋ ୨୦୨୧ର ଆୟୋଜନ କରାଯାଇଥିବା ବେଳେ ସେଥିରେ ବେସ ଭଲ ଫ୍ୟାସନ ପଦର୍ଶନ କରିଥିଲେ ସାଇ ଲସ୍କନ୍ୟା

ସେ ଶ୍ରେଷ୍ଠ କନିଷ୍ଠ (Best Junior )  ମଡେଲ ଭାବେ ମନୋନୀତ ହେବାସହ  ପ୍ରଥମ ସ୍ଥାନ ପାଇ  ପୁରସ୍କୃତ ହୋଇଛନ୍ତି । ସାଇ ଲସ୍କନ୍ୟା ହେଉଛନ୍ତି ଅନୁଗୋଳ ରୋଟାରୀ ପବ୍ଲିକ ସ୍କୁଲ ର ଚତୁର୍ଥ ଶ୍ରେଣୀ ର ଛାତ୍ରୀ । ସହର ତାମ୍ରିତ କଲୋନୀରେ ରହୁଥିବା ଲକ୍ଷ୍ମଣ ସାହୁ ଓ ଲକ୍ଷ୍ମୀ ପ୍ରିୟା ସ୍ଵାଇଁ ଙ୍କ ଏକମାତ୍ର ଝିଅ ହେଉଛନ୍ତି ସାଇ ଲସ୍କନ୍ୟା

Leave a Reply

Your email address will not be published. Required fields are marked *