ମୁମ୍ବାଇ ଟେଷ୍ଟ, ବିଜୟ ପାଇଁ ଦରକାର୫ ଓ୍ଵିକେଟ୍‌

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ମଜବୁତ୍‌ ସ୍ଥିତିରେ ହହଞ୍ଚିଛି। ଭାରତ ପକ୍ଷରୁ ମିଳିଥିବା ବିଜୟ ଲକ୍ଷ୍ୟ ପଛରେ କିଓ୍ଵି ଟିମ୍‌ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍‌ ହରାଇଛି।

Advertisement

ଏହି ଟେଷ୍ଟ ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୩୨୫ ଓ ୨ୟ ପାଳିରେ ୨୭୬ ରନ୍‌ ସଂଗ୍ରହ କରିଛି। ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ୬୨ ରନ୍‌ ସଂଗ୍ରହ କରିଥିଲା। ଦ୍ୱିତୀୟ ପାଳିରେ ୫ଟି ଓ୍ଵିକେଟ୍‌ ହରାଇ ୧୪୦ ରନ୍‌ ସଂଗ୍ରହ କରିଛି। ନ୍ୟୁଜିଲାଣ୍ଡ ଏହି ଟେଷ୍ଟ ଜିତିବା ପାଇଁ ଆହୁରି ୪୦୦ ରନ୍‌ ଦରକାର କରୁଥିବା ବେଳେ ଭାରତକୁ ଦରକାର ଅଛି ୫ଟି ଓ୍ଵିକେଟ୍‌।

ମୁମ୍ବାଇ ଟେଷ୍ଟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ପୁଣି ଥରେ ଚମକିଛନ୍ତି। ପ୍ରଥମ ପାଳିରେ ଅଶ୍ୱିନ୍‌ ୫ଟି ଓ୍ଵିକେଟ୍‌ ନେଇଥିଲେ। ଦ୍ୱିତୀୟ ପାଳିରେ ଏପର୍ଯ୍ୟନ୍ତ ୩ଟି ଓ୍ଵିକେଟ୍‌ ନେଇସାରିଛନ୍ତି। ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଶ୍ୱିନ ଦାଉ ସାଜିଛନ୍ତି।

Leave a Reply

Your email address will not be published. Required fields are marked *