ଜେଏସପିଏଲ ପାନ୍ଥର କ୍ରିକଫେଷ୍ଟ – ୨୦୨୧ : ଏକ୍ସଟ୍ରିମ ଦଳ ଚମ୍ପିଆନ

ଅନୁଗୋଳ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (JSPL)ର ଜିନ୍ଦଲ ଅଫିସର୍ସ କ୍ଲବ (JOC) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ କ୍ରିକଫେଷ୍ଟ – ୨୦୨୧ର ଫାଇନାଲ ମ୍ଯାଚରେ ଏକ୍ସଟ୍ରିମ ଦଳ  ସ୍ପାରଟନ ଦଳକୁ ୨୪ ରନରେ ପରାସ୍ତ କରି ବିଜେତା ଭାବରେ ଟ୍ରଫି ହାସଲ କରିଅଛି I ଏକ୍ସଟ୍ରିମ ଦଳଟି ଅନୁଗୋଳ ପ୍ରକଳ୍ପର ବିଭିନ୍ନ ବିଭାଗ ଯଥା, ଏସଏମଏସ, ବିଓଏଫ, ଡିଆରଆଇ, ଏଲଡିପି, ସିଏମଡି ଇତ୍ୟାଦି ବିଭାଗର ବଛା ବଛା ଖେଳାଳିଙ୍କୁ ନେଇ ଗଠିତ ହୋଇଥିବା ବେଳେ ସ୍ପାରଟନ ଦଳ, ପ୍ଳେଟମିଲ, ବାରମିଲ, ଏସଏସଡି ଇତ୍ୟାଦି ବିଭାଗର ବଛା ବଛା ଖେଳାଳିଙ୍କୁ ନେଇ ଗଠିତ l ନିର୍ବାହୀ ନିର୍ଦ୍ଦେଶକ – ଷ୍ଟିଲ ମେକିଂ ଏବଂ ମିଲସ ଶ୍ରୀ ସବ୍ୟସାଚି ବନ୍ଦୋପାଧ୍ୟାୟ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜେଓସି ସାଧାରଣ ସଂପାଦକ ତଥା  ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ , ଇଭିପି ଏସଏମଏସ – ଶ୍ରୀ ଅତୁଲ ଦୁବେ, ଜିଏମ – ନିରାପତ୍ତା ତଥା ଜେଓସି ସଂପାଦକ ଶ୍ରୀ ସୁଶୀଲ ଲୋଧି ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଫାଇନାଲ ମ୍ଯାଚକୁ ଦେଖିବା ନିମନ୍ତେ ଜେଏସପିଏଲ କର୍ମଚାରୀ ତଥା ଜିନ୍ଦଲ ନଗରର ବହୁ କ୍ରୀଡାପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ l

ଟସ ଜିଣି ଏକ୍ସଟ୍ରିମ ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଅଭରରେ ୬ ଉଇକେଟ ବିନିମୟରେ ୧୨୨ ରନ ସଂଗ୍ରହ କରିଥିଲା l ଜବାବରେ ସ୍ପାରଟନ ଦଳ ନିର୍ଦ୍ଧାରିତ ୧୦ ଅଭରରେ ୪ ଉଇକେଟ ବିନିମୟରେ ୯୮ ରନ ସଂଗ୍ରହ କରି ପାନ୍ଥର କ୍ରିକେଟ ଟୁର୍ନାମେଣ୍ଟ – ୨୦୨୧ର  ଫାଇନାଲ ମ୍ଯାଚରେ ୨୪ ରନରେ ପରାସ୍ତ ହୋଇଥିଲା l

ଏକ୍ସଟ୍ରିମ ଦଳର ଅମିତ କୁମାର ଗୁପ୍ତା ଫାଇନାଲ ମ୍ୟାଚରେ ୬୫ରନ ସଂଗ୍ରହ କରିଥିବା ଯୋଗୁଁ ମ୍ୟାନ ଅଫ ଦ ମ୍ଯାଚ ବିବେଚିତ ହୋଇଥିବା ବେଳେ ସେହି ଦଳର ରାଜ ସହାୟ ଶ୍ରେଷ୍ଠ ବୋଲର , ଶ୍ରେଷ୍ଠ ବ୍ଯାଟ୍ସମାନ ଭାବେ ବିବେଚିତ ହେବା ସହ ଏହି ଟୁର୍ନାମେଣ୍ଟରେ ୧୬୧ ରନ ସଂଗ୍ରହ କରି ୧୦ଟି ଉଇକେଟ ହାସଲ କରିଥିବା ଯୋଗୁଁ ମ୍ୟାନ ଅଫ ଦ ଟୁର୍ନାମେଣ୍ଟ ଭାବେ ମଧ୍ୟ ବିବେଚିତ ହୋଇଥିଲେ l ରୟାଲ ଲିଜେଣ୍ଡ ଦଳର ସୌରଭ ମହାନ୍ତିଙ୍କୁ  ଟୁର୍ନାମେଣ୍ଟର ଶ୍ରେଷ୍ଠ କ୍ଯାଚ ନିମନ୍ତେ ପୁରସ୍କୃତ କରାଯାଇଥିବା ବେଳେ ରୟାଲ ଲିଜେଣ୍ଡ ଦଳକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ବିବେଚିତ କରାଯାଇଥିଲା l ଏହି ଆନ୍ତଃ ବିଭାଗୀୟ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟଟି ଫ୍ଲଡ ଲାଇଟ ଆଲୋକରେ ଗତ ମାସ ୨୭ ତାରିଖରୁ  ଆରମ୍ଭ ହୋଇଥିଲା l ଏହି ଟୁର୍ନାମେଣ୍ଟରେ ଜେଏସପିଏଲର ବିଭିନ୍ନ ବିଭାଗର ସର୍ବଶ୍ରେଷ୍ଠ ବଛା ବଛା ଖେଳାଳି ମାନେ ସମୁଦାୟ ୮ଗୋଟି ଦଳରେ ବିଭକ୍ତ ହୋଇ ଏଥିରେ ଅଂଶ ଗ୍ରହଣ କରିଥିଲେ l ଜୋଶ, ଏକ୍ସଟ୍ରିମ, ସ୍ପାରଟନ, ପାୱାର କ୍ରସର, ପ୍ରୋଜେକ୍ଟ ବୁଲ,  ପାନ୍ଥର ବ୍ଳାଷ୍ଟ, ରୟାଲ ଲିଜେଣ୍ଡ ଏବଂ ରୟାଲ ଡାଇନାମୋ ଦଳରେ ନାମିତ ଏହି ଦଳର ଖେଳାଳୀ ମାନେ ନିଜ ନିଜର ଦଳଗତ ଭାବନା ନେଇ ଶ୍ରେଷ୍ଠ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ Iଏକ୍ସଟ୍ରିମ ଦଳର ଅଧିନାୟକ ନିତେଶ କୁମାର ଏବଂ ସ୍ପାରଟନ ଦଳର ଅଧିନାୟକ ସନୁ ଯାଦବ ଜିନ୍ଦଲ ଅଫିସର୍ସ କ୍ଲବର ଏହି ସୁନ୍ଦର ଆୟୋଜନ ନିମନ୍ତେ (ଜେଓସି)କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *