ବିଜେଡି ଛାଡିଲେ ଅନୁଗୋଳ ଜିଲାପରିଷଦ ର ଉପାଧକ୍ଷ..

ଅନୁଗୋଳ : ଅନୁଗୋଳ  ଜିଲାରେ ଶାସକ ବିଜେଡି କୁ ଲାଗିଛି ଝଟକା । ଆଜି ପୁଣି ଦଳ ଛାଡିଛନ୍ତି  ବିଜେଡି ର ଜଣେ ନେତା । ଜିଲା ପରିଷଦ ର ଉପାଧକ୍ଷ ଇନ୍ଦ୍ରମଣି ଗଡ଼ନାୟକ ଆଜି ବିଜେଡ଼ିର ପ୍ରଥମିକ ସଦସ୍ୟ ପଦ ଓ ଉପାଧକ୍ଷ ରୁ  ଇସ୍ତଫା ଦେଇଛନ୍ତି । ସେ ଦୀର୍ଘ ବର୍ଷ ହେବ ବିଜୁ ଜନତା ଦଳ ପାଇଁ ତୃଣମୂଳ ସ୍ଥରରେ କାମ କରି ଆସୁଥିଲେ । ୨୦୧୭  ରେ ଜିଲାର 23 ନଂ ଜିଲାପରିଷଦ ଯୋନ ରୁ ନିର୍ଵାଚିତ ହୋଇ ଉପାଧକ୍ଷ ଥୁଲେ। ଆଜି ସେ ତାଙ୍କର ବ୍ୟକ୍ତିଗତ କାରଣ ପାଇଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ ୧୯୯୫ ମସିହାରୁ ରାଜନୀତିରେ ରହି ଆସିଛନ୍ତି । ତେବେ ଦଳରେ ତାଙ୍କୁ ଅଲୋଡ଼ା କରାଯାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ତାନଙ୍କର କିନ୍ତୁ ସାଂସଦ ଓ ବିଧାୟକ ମାନଙ୍କ ସହ ଭଲ ସମ୍ପର୍କ ଥିବା ସେ କହିଛନ୍ତି। ନିକଟରେ ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକର ପୂର୍ବତନ ବିଧାୟକ  ସଂଜୀବ ସାହୁ ବିଜେଡି ଛାଡି ବିଜେପି ରେ ସାମିଲ ହୋଇଥିବା ବେଳ ଇନ୍ଦ୍ରମଣି ତାଙ୍କ ଭଳି ବିଜେପି ପଦ୍ମ ଧରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।ତେବେ ଇନ୍ଦ୍ରମଣି ଙ୍କ ଦଳ ଛାଡିବା ପାଲଲହଡ ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ କ୍ଷତି ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି

Advertisement

Leave a Reply

Your email address will not be published. Required fields are marked *