ଅନୁଗୋଳ ରେ କଲରାପତରିଆର ମୃତ୍ୟୁ

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ତଥା ଧଣ୍ଡାତୋପା ବନାଞ୍ଚଳ ବାତ୍ରଖୋଲ ଜଙ୍ଗଲରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଓ ଆଠମଲ୍ଲିକ ବନଖଣ୍ଡ, ଧଣ୍ଡାତୋପା ରେଞ୍ଜ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ବାତ୍ରାଖୋଲ ନିକଟରୁ ଗତକାଲି ରାତିରେ ଏକ ଅଣ୍ଡିରା କଲରାପତାରିଆ ବାଘ ମାରି ପଡିଥିବା ଦେଖିବାକୁ ମିଳିଥିଲା ।

ଜରପଡା ବନାଞ୍ଚଳର ୱାଚର ପାଟ୍ରୋଲିଂ ବେଳେ ବାଘ ମୃତଦେହ ସୀମାନ୍ତ ଅଞ୍ଚଳରୁ ଠାବ କରିଥିଲେ । ଖବର ପାଇ ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ବାରହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ତାର ଲାଗି ବାଘର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। 

Leave a Reply

Your email address will not be published. Required fields are marked *