ଜୋହାନ୍ସବର୍ଗ ଟେଷ୍ଟ : ଟିମ ଇଣ୍ଡିଆ ୨୦୨ ରନରେ ଅଲଆଉଟ୍

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହନ୍ସବର୍ଗର ଓ୍ଵାଣ୍ଡରର୍ସ ରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ  ଟିମ ଇଣ୍ଡିଆ ପ୍ରଥମ ଇଂନିସରେ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଛି । ଭାରତ ତରଫରୁ ଓପନର ଲୋକେଶ ରାହୁଲ ସର୍ବାଧିକ ୫୦ ରନ୍ କରିଥିଲେ । ରବିଚନ୍ଦ୍ରନ୍ ଅଶ୍ଵିନ୍ ୫୦ଟି ବଲ୍ ଖେଳି ଦ୍ଵିତୀୟ ସର୍ବାଧିକ ୪୬ ରନ୍ କରିଥିଲେ । ଭାରତର ଅନ୍ୟ ଓପନର ମୟଙ୍କ ଅଗ୍ରଓ୍ଵାଲ ୨୬ ରନ୍ କରିଥିଲେ । ହନୁମା ବିହାରି ୨୦,ଋଷଭ୍ ପନ୍ତ୍ ୧୭ ଓ ଯଶପ୍ରୀତ୍ ବୁମରା ୧୪ ରନ୍ କରିଥିଲେ । ଚେତେଶ୍ଵର ପୂଜାରା ଓ ଆଜିଙ୍କ୍ୟ ରାହାଣେ ପୁଣି ବିଫଳ ହୋଇ ଯଥାକ୍ରମେ ୩ ଓ ୦ ରନ୍ କରିଥିଲେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସନ ୩୧ ରନ୍ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିଲେ ।

କାଗିସୋ ରାବାଡା ଓ ଡୁଆନ୍ ଓଲିଭିଏର୍ ୩ଟି ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଥିଲା । ଏହି ବିଜୟ ସହ ଭାରତ ଏହି ତିନିଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । କିନ୍ତୁ ଚଳିତ ମ୍ୟାଚରେ ଲଢୁଆ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ଦଳ ସିରିଜକୁ ଫେରିବା ଆଶା ରଖିଛି । ଆହତଜନିତ କାରଣରୁ ବିରାଟ କୋହଲି ଏହି ମ୍ୟାଚରେ ଖେଳୁନାହାନ୍ତି ।

Leave a Reply

Your email address will not be published. Required fields are marked *