ଅନୁଗୋଳ ବିଧାୟକ ତଥା ଉପ-ବାଚସ୍ପତିଙ୍କ ଏକାଧିକ ଭିତ୍ତିପ୍ରସ୍ତର ସ୍ଥାପନ

ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକରେ ବିଧାୟକ ଅନୁଗୋଳ ତଥା ଓଡିଶା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ଓଡିଶା ସରକାରଙ୍କ 5T ମୋ ସରକାର ଅନ୍ତର୍ଗତ ଅନୁଗୋଳ ଜିଲ୍ଲାର ଦ୍ଵିତୀୟ ପର୍ଯ୍ୟାୟ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ୩ଟି ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ଓ ସମ୍ପ୍ରସାରଣ ନିମନ୍ତେ ଭୂମି ପୂଜନ ଅନୁଷ୍ଠିତ ହେଇଯାଇଛି । ରନ୍ତଲେଇ ଉଚ୍ଚ ବିଦ୍ୟାଳୟ, ନିଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟ  ଶାବଳଭଙ୍ଗା, ବାଳୁଅକଟା ଓ କଳିଙ୍ଗ ଉଚ୍ଚ ବିଦ୍ୟାଳୟ, ନନ୍ଦପୁରରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥି ସହିତ ବଲଙ୍ଗ ଗ୍ରାମ ପଞ୍ଚାୟତ ର ବହୁ ପ୍ରତୀକ୍ଷିତ ତଳିସିରା-ବଲଙ୍ଗ ରାସ୍ତା ର ଉନ୍ନତିକରଣ ଓ ପ୍ରଶସ୍ତିକରଣ ନିମନ୍ତେ ୮୮ ଲକ୍ଷ ବ୍ୟୟ ଅଟକଳ ରେ ଗ୍ରାମୀଣ ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଭୂମି ପୂଜନ ଉତ୍ସବ ଶ୍ରୀ ସିଂହଙ୍କ କରକମଳରେ ଅନୁଷ୍ଠିତ ହେଇଯାଇଛି। ପରବର୍ତ୍ତୀ ସମୟରେ ଶାବଳଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ଓ ଶାବଳଭଙ୍ଗା ଜଙ୍ଗଲ ମୌଜାରେ ଆମ ଗାଁ ଆମ ବିକାଶ ଯୋଜନା ରେ ନୂତନ ଗ୍ରାମ୍ୟ କୋଠଘର ର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେଇଯାଇଛି।

ଆଜି ଆୟୋଜିତ ଉତ୍ସବରେ ଅନୁଗୋଳ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ଅରୁଣାଭ ସିଂହ, ଜିଲ୍ଲା ପରିଷଦ ହାଡ଼ିବନ୍ଧୁ ଦେହୁରୀ, ଭାଗିରଥି ମାଝୀ, ଦୁର୍ୟୋଧନ ସାହୁ, ମୋହନ ସାହୁ, ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ପ୍ରକାଶ ବେହେରା, ବଶିଷ୍ଠ ପ୍ରଧାନ, ଶରତ ଖଟୁଆ,ସନାତନ ସେଠି, ରୁନୁବାଳା ସାହୁ, ସଞ୍ଜୟ ପ୍ରଧାନ, ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶାବଳଭଙ୍ଗା ଗ୍ରାମର ୧୪ ନଂ ୱାର୍ଡରେ ପାନୀୟ ଜଳର ଯୋଗାଣ ବାଧାପ୍ରାପ୍ତ ହୋଇଥିବାର ଗ୍ରାମବାସୀ ଅଭିଯୋଗ କରିଥିଲେ। ମାନ୍ୟବର ବିଧାୟକ ଶ୍ରୀ ସିଂହ ବିଭାଗୀୟ ଅଧିକାରୀଙ୍କ ସହିତ କଥା ହୋଇ ପାନୀୟ ଜଳଯୋଗାଣ ର ଅସୁବିଧା ଦୂର କରିବା ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *