ସେନାବାହିନୀ ରେ ନିଯୁକ୍ତି ରାଲି ନିମନ୍ତେ, ଅନୁଗୁଳର ପୋଲିସ ଟ୍ରେନିଂ କଲେଜ ଠାରେ ଏକ ପ୍ରାକ ତାଲିମ ଶିବିର ୧୫.୦୧.୨୦୨୨ ରୁ ୧୩.୦୨.୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହା ଏକ ଆବାସିକ ତାଲିମ ଶିବିର, ଯେଉଁଥିରେ ପ୍ରାର୍ଥୀମାନଙ୍କୁ ସେନାବାହିନୀ ରେ ନିଯୁକ୍ତି ନିମନ୍ତେ ସେନାବାହିନୀ ର ନିୟମାବଳି ମୁତାବିକ ପ୍ରାକ ତାଲିମ ମାଗଣାରେ ୩୦ ଦିନ ନିମନ୍ତେ ଦିଆଯିବ । ଏହି ଟ୍ରେନିଂ ପାଇଁ ଏକ ଯୋଗ୍ୟତା ଭିତିକ ଚୟନ ତା ୧୧.୦୧.୨୦୨୨ ରିଖ ସକାଳ ୮ ସମୟରେ ଶାରୀରିକ ପ୍ରଶିକ୍ଷଣ ପଡିଆ, ଆରକ୍ଷୀ ପ୍ରଶିକ୍ଷଣ ମହାବିଦ୍ୟାଳୟ , ଅନୁଗୋଳ ରେ ଅନୁଷ୍ଠିତ ହେବ । ଏଥ୍ ନିମନ୍ତେ ଅନୁଗୁଳ ଜିଲ୍ଲାର ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ମାନଙ୍କ ସୂଚନା ପାଇଁ ଜଣାଇ ଦିଆଯାଉଅଛି କି ବୟସ ସୀମା ୧୭ ବର୍ଷ ରୁ ୨୩ ବର୍ଷ ମଧ୍ୟରେ, ଉଚ୍ଚତା ୧୬୨ ସେଣ୍ଟିମିଟର ରୁ ୧୭୦ ସେଣ୍ଟିମିଟର ଏବଂ ଦଶମ/ଦ୍ବାଦଶ ଶ୍ରେଣୀରେ ୪୫% ଓ ୫୦% ନମ୍ବର ରଖ୍ ଉତୀର୍ଣ ହୋଇଥିବା ଆବଶ୍ୟକ । ଚୟନ ପ୍ରକ୍ରିୟାକୁ ଆସୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଜଣାଇ ଦିଆଯାଉଅଛି କି, ସେମାନଙ୍କର ଶିକ୍ଷାଗତ ଯୋଗ୍ୟତାର ମୂଳ ପ୍ରମାଣ ପତ୍ର ସହିତ ଉପର ସୂଚିତ ସ୍ଥାନ, ତାରିଖ ଏବଂ ସମୟ ଅନୁସାରେ ଶାରୀରିକ ପ୍ରଶିକ୍ଷଣ ପଡିଆ, ଆରକ୍ଷୀ ପ୍ରଶିକ୍ଷଣ ମହାବିଦ୍ୟାଳୟ, ଅନୁଗୋଳ ଫାଟକ ସମ୍ମୁଖରେ କୋଭିଡ-୧୯ ନିୟମାବଳି ମାନି ଧାଡି କରି ଠିଆ ହେବେ ଏହି ଚୟନ ପ୍ରକ୍ରିୟାରେ ସାମିଲ ହେବା ପାଇଁ । ଏହି ଚୟନ ପ୍ରକ୍ରିୟାରେ କୌଣସି ପ୍ରକାରର ଅଘଟଣ ପାଇଁ ପ୍ରାର୍ଥୀ ନିଜେ ଦାୟୀ ରହି ସେନାବାହିନୀ ର ନିର୍ଦେଶାବଳୀ ଅନୁଯାୟୀ ଯୋଗ ଦେବେ । ଚୟନ ପ୍ରକ୍ରିୟାରେ କୃତକାର୍ଯ ହୋଇଥିବା ପ୍ରଥମ ୫୦ ଜଣ ପ୍ରାର୍ଥୀ ପ୍ରାକ ତାଲିମ ଶିବିର ରେ ଯୋଗଦାନ କରିବେ । ଏହି ତାଲିମ ଶିବିର ୧୫.୦୧.୨୦୨୨ ତାରିଖରୁ ୧୩.୦୨.୨୦୨୨ ତାରିଖ (୩୦ ଦିନ ପାଇଁ ) ଅନୁଷ୍ଠିତ ହେବ । ଅଧିକ ବିବରଣୀ ନିମନ୍ତେ ଜିଲ୍ଲା ନିୟୋଜନ କାର୍ଯ୍ୟ।ଲୟ, ଅନୁଗୁଳକୁ ଆସି ଇଚ୍ଛୁକ ପ୍ରାର୍ଥୀ ମାନେ ସାକ୍ଷାତ କରି ପାରିବେ । ଏନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କର୍ଜୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ୧୫ ତାରିଖରୁ ଅନୁଗୋଳରେ ସେନାବାହିନୀ ରେ ନିଯୁକ୍ତି ପାଇଁ ପ୍ରାକ ତାଲିମ ଶିବିର ।
