ଜନ୍ମ କରି ଫିଙ୍ଗି ଦେଲେ ! କେନାଲ ରେ ଭାସୁଛି ନବ ଜାତ ଶିଶୁ ।

କେନାଲ ରେ ଭାସୁଛି ନବ ଜାତ ଶିଶୁ ର ମୃତ ଦେହ। ଅନୁଗୋଳ ସହର ର ଅମଲାପଡା ବଡ କେନାଲ ରେ ଭାସୁଛି ମୃତ ଦେହ। କେହି ଅବିବାହିତ ମା ତାର ସନ୍ତାନ ଜନ୍ମ ପରେ ଫିଙ୍ଗି ଦେଇଥିବା ଅନୁମାନ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ  ଗତ କାଲି ରାତି ପ୍ରାୟ ୨ ଟା ୩୦ ବେଳକୁ ଏକ ବୁଲେରୋ ଗାଡ଼ିରେ  ଅଜଣା  ଯୁବକ ଯୁବତୀ ଆସି ଛୁଆ ଟିକୁ ଫିଙ୍ଗି ଚାଲିଯାଇଥିବା  ସେମାନେ ଦେଖିବାକୁ ପାଇଥିଲେ। କିଏ କଣ କରୁଚ ବୋଲି ପ୍ରଶ୍ନ କରିବାରୁ ସେମାନେ ସେଠାରୁ ପଳାଇ ଯାଇଥିଲେ। ଆଜି ଏହା ଏକ ଶିଶୁର ମୃତ ଦେହ ବୋଲି ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ ସେଇ ଶିଶୁ ଟି ପାଖରେ ଏକ ନାଇଟ ଓ କିଛି କପଡା ପଡିଥିବା ଦେଖିବାକୁ ମିଳିଛି। ତେବେ କୌଣସି ନର୍ସିଂ ହୋମ ରୁ ସନ୍ତାନ ପ୍ରସବ ପରେ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ତେବେ କିଏ କାହିଁକି ଏଭଳି କରିଛି ଓ କୋଉ ନର୍ସିଂହୋମ ରେ ଛୁଆ ଟି ଜନ୍ମ ହେବା ପରେ ଏଠାରେ ଫିଙ୍ଗା ଯାଇଛି ତାହା ଜଣ ପଡି ନାହିଁ।

Advertisement

Leave a Reply

Your email address will not be published. Required fields are marked *