ଅନୁଗୋଳ: ଜିଲ୍ଲାରେ ଚାଲୁଥିବା ୧୭ଟି ଅଲଟ୍ରାସାଉଣ୍ଡ କ୍ଲିନିକ ଗୁଡିକରେ ପି.ସି ଆଣ୍ଡ ପି.ଏନ.ଡି.ଟି ଆଇନର ସଠିକ କାର୍ଯ୍ୟକାରିତାକୁ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିଶୁ କନ୍ୟା ସଂଖ୍ୟା ବଢାଇବା ନିମନ୍ତେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଆନ୍ତରିକତାର ସହିତ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଚିହ୍ନଟ ହୋଇଥିବା ୩୯ଟି ରେଡ୍ ଜୋନ୍ (ଶିଶୁ କନ୍ୟା ଅନୁପାତ ଯେଉଁଠି କମ୍ ଅଛି) ଅଞ୍ଚଳରେ ଗଠନମୂଳକ କାର୍ଯ୍ୟକ୍ରମକୁ ସଠିକ ଭାବେ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ବିଶ୍ବ ଯୁବ କେନ୍ଦ୍ରର ଭିତ୍ତ ଭୁମୀ ତଥ୍ୟକୁ ସଂଗ୍ରହ କରି ତଦନୁଯାୟୀ କାର୍ଯ୍ୟକ୍ରମ ସାରଣୀ ପ୍ରସ୍ତୁତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି ।
ଜିଲ୍ଲାରେ ପ୍ରଥମ ଥର ପାଇ ଆଇ ଇ-ସି କାର୍ଯ୍ୟକ୍ରମରେ କନ୍ୟା ସନ୍ତାନର ଗୁରୁତ୍ବ କୁ ଉପଲବଧୂ କରିବା ପାଇଁ ୧୪୮୦ଟି କନ୍ୟା ସନ୍ତାନ ସଚେତନତା ଷ୍ଟାଣ୍ଡିଂ କୁ ବିଭିନ୍ନ ସ୍ବାସ୍ଥ୍ୟ ଅନୁକେନ୍ଦ୍ରରେ ସ୍ଥାପନ କରାଯିବ । ଏହାକୁ ଜିଲ୍ଲାପାଳ ଆଜି ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି । ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକରେ ଷ୍ଟିଙ୍ଗ୍ ଅପରେସନ ମାଧ୍ୟମରେ ଅତର୍କିତ ଚଢାଉ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅନୁରୋଧ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନକୁ ଅପ୍ଗ୍ରେଡେସନ୍ କରାଜୀବା ସହ ସପ୍ତାହ ମଧ୍ୟରେ ଫର୍ମ – ଏଫ୍ ରିପୋଟିଂ ଫର୍ମାଟ ତାଲିମ ସାରିବା ପାଇଁ ପି.ସି ପି. ଏନ୍.ଡି.ଟିର ପି.ଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପି.ସି ପି.ଏନ୍.ଡି.ଟିର ପି.ଏ ଶ୍ରୀ ପର୍ଶୁରାମ ପଣ୍ଡା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଦିଲ୍ଲିପ କୁମାର ପଟ୍ଟନାୟକ, ପୂର୍ବତନ ପୌରାଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ଦାସ, ବିଶ୍ବ ଯୁବ କେନ୍ଦ୍ରର ଶ୍ରୀ ମନୋଜ ମହାପାତ୍ର, ସ୍ୱେଛାସେବୀ ଶ୍ରୀମତୀ ଜ୍ୟୋତିର୍ମୟୀ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ ।