ମହାପ୍ରୟାଣ ଗାଡି ପାଇଁ ଜୁଲମ! ମହାପ୍ରୟାଣ ଗାଡି ପାଇଁ ଡ୍ରାଇଭରଙ୍କ ଦୁର୍ବ୍ୟବହାର ଅଭିଯୋଗ ।

ପାଳଲହଡା : ନାହିଁ ନାହିଁ ରେ ଚାଲିଛି ପାଳଲହଡା ଉପଖଣ୍ଡୀୟ ଚିକିତ୍ସାଳୟରେ ଚାଲିଛି ରୋଗୀ ସେବା । ବିବାଦ ରେ ସର୍ବଦା ଚର୍ଚ୍ଚା ର ସିରୋନାମା ପାଲଟୁଛି ପାଳଲହଡା ଡାକ୍ତରଖାନା । କେତେବେଳେ ରୋଗୀ ସେବାରେ ଅବହେଳା କୁ ନେଇ  ତ ଆଉ କେତେବେଳେ ଶବ ବୁହାକୁ ନେଇ । ଏଠି ସରକାରୀ ବିଧି ବ୍ୟବସ୍ଥା ଭିତରେ ହଜି ଯାଉଛି କର୍ମଚାରୀଙ୍କ ମାନବିକତା ।  ଟଙ୍କା ନାହିଁ ତ ମହାପ୍ରୟାଣ ଗାଡି ନାହିଁ , ତାଠାରୁ ବଳି ଯାଉଛି ରାତି ଅଧରେ ଶବ ବୁହା ଗାଡି ଡ୍ରାଇଭର ଙ୍କ ଜୁଲୁମ  । ଗତକାଲି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପାଳଲହଡା ଡାକ୍ତରଖାନା ପରିସରରେ ।

ସୂଚନା ଅନୁସାରେ ଗତକାଲି ରାତି ଦଶ ଘଟିକା ସମୟରେ ପାଳଲହଡା ଠାରୁ ସାତ କିଲୋମିଟର ଦୂର କନ୍ତଳା ଗାଁ ର ହରିହର ଗଡନାୟକ (ବୟସ  47 ) ଙ୍କ ଦେହ ହଠାତ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଜୀବନ ଜ୍ୟୋତି ଦାଶଙ୍କ  ଚେଷ୍ଟା ସତ୍ବେ ହରିହର ଙ୍କ ମୃତ୍ୟୁ ହୋଇଥିଲା ।   ଡାକ୍ତର ଖାନାରୁ ଶବ କୁ ଘରକୁ ନେବା ପାଇଁ ଡାକ୍ତରଖାନା କତୃପକ୍ଷ ଙ୍କ ନିକଟରେ ପରିବାର ଲୋକେ କାକୁତି ମିନତି ହୋଇଥିଲେ ସୁଦ୍ଧା କେହି ଶୁଣି ନଥିବା ଅଭିଯୋଗ ହୋଇଛି ।  ଖବର ପାଇ ଘଟଣା ସ୍ଥଳରେ  ଆମ ପ୍ରତିନିଧି ହସ୍ତକ୍ଷେପ କରିବା ପରେ  ହେଲ୍ପ ଡେକ୍ସ କର୍ମଚାରୀଙ୍କ ସହାୟତାରେ ଶବ ନେବା ପାଇଁ ସରକାରୀ ମହାପ୍ରୟାଣ ଗାଡ଼ି ମଞ୍ଜୁର ହୋଇଥିଲା ସତ ମାତ୍ର ସେଥିପାଇଁ ଦୁଇ ଘଣ୍ଟା  ଲାଗିଥିଲା । ମହାପ୍ରୟାଣ ର ଗାଡିର ଡ୍ରାଇଭର ,ମୃତକଙ୍କ ସମ୍ପର୍କୀୟଙ୍କୁ  ରାସନକାର୍ଡ ମାଗିଥିଲେ ଓ ସିଧାସଳଖ କହିଥିଲେ କାର୍ଡ ନଦେଲେ ଗାଡି ଗଡିବ ନାହିଁ।  ଯାହାକୁ ନେଇ ଉଭୟ ଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ମହାପ୍ରୟାଣ ର ଗାଡିର ଡ୍ରାଇଭର ମୃତକଙ୍କ  ଦୁର୍ବ୍ୟବହାର କରିବାକୁ ମଧ୍ୟ ପଛାଇ ନଥିଲେ । ଟଙ୍କା ନାହିଁ ତ ମହାପ୍ରୟାଣ ଗାଡି ନାହିଁ , ପାଞ୍ଚ ଶହ ଟଙ୍କା ଦେଲେ ଗାଡି ଗଡିବ ।  ଶେଷରେ ଡ୍ରାଇଭରଙ୍କୁ ପାଞ୍ଚ ଶହ ଟଙ୍କା ଦେଇଥିଲେ ତାପରେ ଡ୍ରାଇଭର ଗାଡି ରେ ଶବ ନେବା ପାଇଁ ରାଜି ହୋଇଥିଲେ । ତେବେ ସରକାରୀ ନିୟମ ଅନୁସାରେ ରାସନକାର୍ଡ ଧାରି ଙ୍କୁ ମାଗଣା ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିବା ବେଳେ ସାଧାରଣ ଲୋକଙ୍କ ପାଇଁ କିଲୋମିଟର କୁ ଆଠ ଟଙ୍କା ହିସାବରେ ପୈଠ କରାଯିବାର ସରକାରୀ ବିଧି ବ୍ୟବସ୍ଥା ରହିଛି । କିନ୍ତୁ  ପାଳଲହଡା    ଡାକ୍ତର  ଖାନାରେ ଏଥିରେ  ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି ଡାକ୍ତରଖାନା କତୃପକ୍ଷ ଓ ରୋଗୀକଲ୍ୟାଣ ସମିତି ସବୁ ବିଷୟରେ ଅବଗତ ଥାଇ ମଧ୍ୟ କାହିଁକି ମୁହଁରେ ତୁଣ୍ଡି ମାରି ଚୁପ ରୁହନ୍ତି ଏହାକୁ ନେଇ ଉଠିଛି ପ୍ରଶ୍ନ । ପରିବାର ଲୋକଙ୍କ ଅଭିଯୋଗ କୁ ନେଇ ଆମେ ଡାକ୍ତରଖାନା କତୃପକ୍ଷ ଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା କୈଣସି ଉତ୍ତର ମିଳି ନଥିଲା ।

Leave a Reply

Your email address will not be published. Required fields are marked *