। ଜିଲ୍ଲାରେ କୋଭିଡ଼ ଟୀକାକରଣକୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରିଲା ୧୨ଟି ଭ୍ୟାନ୍ । ଏହି ସୁସଜ୍ଜିତ ଭ୍ୟାନ୍କୁ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ଟୀକାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ ନିୟୋଜିତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଭ୍ୟାନ୍ ଗାଁକୁ ଗାଁ ବୁଲି ଡାକବାଜି ଯନ୍ତ୍ର ଯୋଗେ ଟୀକା ନ ନେଇଥୁବା ଲୋକମାନଙ୍କୁ ଟୀକା ନେବାକୁ ପ୍ରବର୍ତ୍ତାଇବ ଏହି ଭ୍ୟାନରେ ଜଣେ ଟୀକା ଦେବା କର୍ମଚାରୀ, ଜଣେ ଏ ଏନ୍ ଏମ୍ ଓ ଆଧାର କାର୍ଡ ସହ ଡାଟା ଏଣ୍ଟ୍ରି ଭେରିଫିକେସନ୍ କରିବା ଲାଗି ଜଣେ କର୍ମଚାରୀ ନିୟୋଜିତ ରହିବେ । ଏହି ଭ୍ୟାନ୍ ୧୮ ବର୍ଷରୁ ଊର୍ଦ୍ଧ୍ବ ଓ ପ୍ରକସନ ଡୋଜ୍ ଭାବେ କୋଭିସିଲୁ ଟୀକା ଦେବେ ବାହାରିଥିବା ୧୨ଟି ଭ୍ୟାନ ମଧ୍ୟରୁ ପାଲଲହଡା ପାଇଁ ୩ଟି,ଅନୁଗୋଳ ପାଇଁ ୩ଟି,ବଅଁରପାଳ ପାଇଁ ୨ଟି ,ଛେଣ୍ଡିପଦା ପାଇଁ ୨ଟି ,ଆଠମଲ୍ଲିକ ଓ କଣିହାଁ ପାଇଁ ଗୋଟିଏ ଲେଖାଏଁ ଭ୍ୟାନ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପ୍ରଥମ ଡୋଜ୍ ଓ ଦ୍ବିତୀୟ ଡୋଜ୍ ଟୀକା ପ୍ରଦାନ କରିବ ଏହି କୋଭିଡ ଟୀକା ଏକ୍ସପ୍ରେସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ,ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଗିରିଜା ଶଙ୍କର ମଲ୍ଲିକ, କେୟାର ଈଣ୍ଡିଆର ପ୍ରତିନିଧି ଶ୍ରୀ ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Related Posts
ପ୍ରଶାସନ ର ପ୍ରତିଶୃତି ପରେ ସାମାଜିକ ସୁରକ୍ଷା ମଞ୍ଚ ର ଗଣ ଧାରଣା ପ୍ରତ୍ୟାହୃତ।
ଅନୁଗୋଳ : ସାମାଜିକ ସୁରକ୍ଷା ମଞ୍ଚ, ବନ୍ତଳା ନେତୃତ୍ବରେ ହାତୀ ଉପଦ୍ରବ ବନ୍ଦ କରିବା ସହ ଅନ୍ୟାନ୍ୟ ଦାବିରେ ଦୁଇ ଦିନଧରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା…
ବୋହୁ ବାଦ ବିବାଦ ପରେ ଶେଷ ହେଲା ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ନିର୍ବାଚନ
ଅନୁଗୋଳ : ବହୁ ବାଦ ବିବାଦ ଓ କଳ୍ପନା କଳ୍ପନା ର ଅନ୍ତ ଘଟାଇ ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି…
ତାଳଚେର ଥର୍ମାଲ ରେ ତ୍ରିରଙ୍ଗା ରାଲି
ଆଜାଦିର ଅମୃତ ମହୋତ୍ସବ ସାରା ଦେଶରେ ପାଳନ ହେଉଥିବା ବେଳେ, NTPC-ତାଳଚେର ଥର୍ମାଲ ଆଜି ତାର ପ୍ରଶାସନିକ ଭବନ ରୁ ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଗୌତମ…