ବିଜେପି ଛାଡ଼ିଲେ ମନୋହର ପାରିକରଙ୍କ ପୁଅ ଉତ୍ପଳ; ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ କଲେ ଘୋଷଣା।

ପାଣାଜି: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ସ୍ୱାଧୀନ ଭାବରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ଉତ୍ପଳ କହିଛନ୍ତି ଯେ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବି। ସେ କହିଛନ୍ତି ଯେ ମୁଁ କ୍ଷମତା କିମ୍ବା କୌଣସି ପଦବୀ ପାଇଁ ଲଢ଼ୁନାହିଁ, ମୁଁ ମୋ ପିତାଙ୍କ ମୂଲ୍ୟବୋଧ ପାଇଁ ଲଢ଼ୁଛି , ପୁରୁଣା ବିଜେପି କର୍ମୀମାନେ ମୋ ସହ ଅଛନ୍ତି।ମନୋହର ପାରିକର ବିଜେପିର ଜଣେ ଟାଣୁଆ ଓ ସ୍ୱାଭିମାନୀ ନେତା ଥିଲେ। ସେ ତିନିତିନି ଥର ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପାଣାଜୀ ଆସନରୁ ସେ ଦୀର୍ଘ ୨୫ ବର୍ଷ ହେଲା ନିର୍ବାଚନ ଜିତି ଆସୁଥିଲେ। ୨୦୧୯ରେ ଦୂରାରୋଗ୍ୟରେ ତାଙ୍କର ପରଲୋକ ହେବା ପରେ ବିଜେପି ଜଣେ ଟାଣୁଆ ନେତାଙ୍କୁ ହରାଇଲା। 

Advertisement

Leave a Reply

Your email address will not be published. Required fields are marked *