ଭାରତ ସ୍ୱାଭିମାନ ନ୍ୟାସ, ଅନୁଗୋଳ ଶାଖା ପକ୍ଷରୁ ସାମୁହିକ ସୂର୍ଯ୍ୟ ନମସ୍କାର।

ଅନୁଗୋଳ : ରବିବାର ଦିନ ସକାଳ 7 ଟା ସମୟରେ ସ୍ଥାନୀୟ ବିଜୁ ମୈଦାନ ସ୍ଥିତ କଲ୍ୟାଣ ମଣ୍ଡପ ସମ୍ମୁଖରେ ନୂତନଭାବେ ନିର୍ମାଣ କରାଯାଇଥିବା ସୂର୍ଯ୍ୟ ନମସ୍କାର ଯୋଗ ପ୍ରତିକୃତି ପରିସରରେ ଭାରତ ସ୍ୱାଭିମାନ ନ୍ୟାସ,ଅନୁଗୋଳ ଜିଲ୍ଲା ଶାଖା ଆନୁକୂଲ୍ୟରେ ସାମୁହିକ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆୟୁଷ ମନ୍ତ୍ରାଳୟ ର ସଂଚାଳନ ଓ ପତଞ୍ଜଳି ଯୋଗାପୀଠ { ହରିଦ୍ୱାର},ଗୀତା ପରିବାର,HEARTFULNESS,କ୍ରୀଡା ଭାରତୀ ଏବଂ ନେସନଲ ସ୍ପୋର୍ଟସ ଫେଡରସନ ଆଦି ସଂସ୍ଥା ମାନଙ୍କ ଆୟୋଜନ କ୍ରମେ ସ୍ୱାଧୀନତା ର 75 ବର୍ଷପୂର୍ତ୍ତି ପାଳନ ଅବସରରେ “ଅମୃତ ମହୋତ୍ସବ” ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମଗ୍ର ଦେଶରେ 30000 ରୁ ଉର୍ଦ୍ଧ୍ଵ ସଂସ୍ଥା ଏବଂ 30 ଲକ୍ଷ୍ୟ ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଓ ସ୍ବେଛାସେବୀ ମାନଙ୍କୁ ନେଇ 75କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ଯାହା 1 ଜାନୁଆରୀ 2022 ଠାରୁ 20 ଫେବୃଆର 2022, ଦୀର୍ଘ 51 ଦିନଧରି ପାଳିତହେବ।

ଏହିକ୍ରମରେ ପତାଞ୍ଜଳି ଯୋଗାପୀଠ, ହରିଦ୍ୱାର ଅନୁଗୋଳ ଶାଖା ~ ଭାରତ ସ୍ୱାଭିମାନ ନ୍ୟାସ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ପବିତ୍ର ନେତାଜୀ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ବିଜୁ ମୈଦାନ ପାର୍ଶ୍ଵ ସୂର୍ଯ୍ୟ ନମସ୍କାର ପ୍ରତିକୃତି ପ୍ରାଙ୍ଗଣରେ ପ୍ରାତଃ 07ଘ. ରୁ 07ଘ.45 ମି. ପର୍ଯ୍ୟନ୍ତ ଉଭୟ offline ଓ online ମାଧ୍ୟମରେ ସାମୁହିକ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଭାରତ ସ୍ୱାଭିମାନ ନ୍ୟାସ,ଅନୁଗୋଳ ର ସମସ୍ତ ସଦସ୍ୟ ଓ ସଦସ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ | ଭାରତ ସ୍ୱାଭିମାନ ନ୍ୟାସ ଅନୁଗୋଳ ଜିଲ୍ଲା ପ୍ରଭାରୀ ଯୋଗ ପ୍ରଶିକ୍ଷକ ସୁଧାଂଶୁ ଶେଖର ଦାସ ସାମୁହିକ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ କୁ ସଞ୍ଚଳନ କରିବାସହ, ଯୋଗ ପ୍ରଶିକ୍ଷକ ଚନ୍ଦ୍ର ଶେଖର ମହାନ୍ତି, ବୈଦ୍ୟନାଥ ଦାସ,ଲୀନା ବିଶ୍ୱାଳ ମୁଖ୍ୟ ସହଯୋଗୀ ଏବଂ ପ୍ରାଣବନ୍ଧୁ ସାହୁ, ବିପିନି ବିହାରୀ ପତି ଆଦି ବ୍ୟବସ୍ତା ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *