ଅନୁଗୋଳରେ ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୋଳ ମାଟି ହେଉଛି ବିର ମାଟି । ମାଟିର ମନିସି ଙ୍କ ତ୍ୟାଗ ଓ ବିଲଦାନ ଆମକୁ ଗର୍ବିତ କରିଛି

୭୩ ତମ ସାଧାରଣତନ୍ତ୍ର ଦିବସ ଅନୁଗୋଳ ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ରାଜ୍ୟ ଗୃହ ନଗର ଉର୍ଣ୍ଣୟନ , ଆଇନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତଳନ କରିବା ସହ  ଅଭିବାଦନ ଗ୍ରହଣ କରିଥିଲେ । କୋରନା କଟକଣା ପାଇଁ  ସମ୍ମିଳିତ ପ୍ୟାରେଡ ଆୟୋଜିତ ହୋଇ ନଥିଲା ଜିଲ୍ଲା ପୋଲିସ ର ଦୁଇଟି ଦଳ ଜାତୀୟ ପତାକା କୁ ସମ୍ମାନ ପଦର୍ଶନ କରିଥିଲେ । ଜିଲାରେ କୋରନା ଭଳି ମହାମାରୀ ସ୍ଥିତିରେ ନିଜର ଜୀବନ କୁ ବିପର୍ଣ୍ଣ କରି ସେବା ପ୍ରଦାନ କରିଥିବା ଡାକ୍ତର , ପରାମେଡିକଲ ଷ୍ଟାପ , ପୋଲିସ ଓ ଅଗ୍ନୀସମ ଅଧିକାରୀ ଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଏହି ଅବସରରେ  ମନ୍ତ୍ରୀ ଜାତି ର ଗୌରବ ମାନଙ୍କୁ ମନେ ପକାଇବା ସହିତ ସେମାନଙ୍କ ସ୍ମୃତି ଚାରଣ କରିବା ସହ ସମ୍ବିଧାନ କୁ ସମସ୍ତେ ସଂମାନ ଦେବାକୁ ମନ୍ତ୍ରୀ ନିଜ ଉଦ୍ଦବୋଧନ ରେ ସମସ୍ତଙ୍କୁ ଆହ୍ଵାନ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାପାଳ ଶିର୍ଦ୍ଧାର୍ଥ ଶଙ୍କର ସ୍ଵାଇଁ , ଅନୁଗୋଳ ଏସପି ଜଗମୋହନ ମିନା , ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ଵାଇଁ , ଅନୁଗୋଳ ଉପ ଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *