ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ଆସିଲା ସଂରକ୍ଷଣ ତାଲିକା

ଭୁବନେଶ୍ବର : ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ଆସିଲା ସଂରକ୍ଷଣ ତାଲିକା। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍‌ମିଟ୍‌ର ଜରିଆରେ ଏହି ତାଲିକା ପ୍ରକାଶ କରିଛନ୍ତି । ରାଜ୍ୟର ୧୦୭ ଏନଏସି ଓ ମ୍ୟୁନିସିପାଳିଟି ପାଇଁ ୧୭୫୬ କାଉନସିଲର ପଦବୀ ରହିଛି ।ତନ୍ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧, ଅନୁସୂଚିତ ଜନଜାତି ପାଇଁ ୪୯, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩, ମହିଳାଙ୍କ ପାଇଁ ୬୧୩ ଓ ଅଣସଂରକ୍ଷିତ ପାଇଁ ୬୬୮ ଟି ଆସନ ସଂରକ୍ଷଣ ନେଇ ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।ସେହିପରି ଫେୃଆରୀ ୧୦ ତାରିଖରେ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଦାବି ଓ ଆପତ୍ତି ଅଭିଯୋଗ ପାଇଁ ଫେବ୍ରୁଆରୀ ୧୧ରୁ ୧୬ ପର୍ଯ୍ୟନ୍ତ ୬ ଦିନ ସମୟ ଦିଆଯିବ। ଏହାପରେ ୨୪ରେ ପ୍ରକାଶ ପାଇଁ ଚୂଡାନ୍ତ ଭୋଟର ତାଲିକା ।

୨୮ରେ ଇସିଙ୍କୁ ତାଲିକା ପ୍ରଦାନ କରାଯିବ।  ଖୁବଶୀଘ୍ର ନିର୍ବାଚନ ତାରିଖ ଓ ସଂଶୋଧିତ ଓ୍ୱାର୍ଡ ତାଲିକ ପ୍ରକାଶ ପାଇବ ।ପଞ୍ଚାୟତ ନିର୍ବାଚନ ପରେ ଏହି ତାରିଖ ଘୋଷଣ ହେବ ବୋଲି ଆଶା କରାଯାଉଛି । ନିର୍ବାଚନକୁ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଅହରହ ଉଦ୍ୟମ କରୁଛନ୍ତି ।ଏହାପୂର୍ବରୁ ପୌର ନିର୍ବାଚନ ପାଇଁ ରାଜ୍ୟର ୧୦୭ଟି ପୌରପାଳିକା(ମ୍ୟୁନିସିପାଲିଟି) ଓ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅଧ୍ୟକ୍ଷ ପଦ ଲାଗି ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଥିଲା। ୧୦୭ ପୌର ସଂସ୍ଥାର ଅଧ୍ୟକ୍ଷ ପଦ ମଧ୍ୟରୁ ୬୫ଟି ପଦ ସଂରକ୍ଷିତରଖାଯାଇଥିବା ବେଳେ ବାକି ୪୨ ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରଖାଯାଇଥିଲା।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବାକୁ ଯାଉଛି ଯାହାକୁ ନେଇ ଜାରି ରହିଛି ପ୍ରସ୍ତୁତି । କିଛି ଦିନ ପୂର୍ବରୁ ରାଜ୍ୟର ୩ ମହାନଗର ନିଗମ ମେୟର ପଦବୀ ପାଇଁ ତାଲିକା ପ୍ରକାଶ କରାଯାଇଥିଲା  ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ମେୟର ପାଇଁ ପ୍ରକାଶ ପାଇଥିଲା ସଂରକ୍ଷଣ ତାଲିକା। ଭୁବନେଶ୍ୱର ମହାନଗର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । କଟକ ଅଣସଂରକ୍ଷିତ ଥିବା ବେଳେ ବ୍ରହ୍ମପୁର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

Leave a Reply

Your email address will not be published. Required fields are marked *