ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଦିନିକିଆ,ଓ୍ବେଷ୍ଟଇଣ୍ଡିଜକୁ ୪୪ ରନରେ ପରାସ୍ତ କଲା ଟିମ ଇଣ୍ଡିଆ ।

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଦିନିକିଆରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ତିନିଟିକିଆ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି ।ଭାରତ ଦ୍ବାରା ରଖାଯାଇଥିବା ୨୩୮ ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଣ୍ଡିଜ୍ ୪୬ ଓଭରରେ ୧୯୩ ରନ କରି ଅଲଆଉଟ ହୋଇଯାଇଥିଲା । ଇଣ୍ଡିଜ ପକ୍ଷରୁ ସାମାରା ବ୍ରୁକ୍ସ ସର୍ବାଧିକ ୪୪ ରନ ଓ ଅକିଲ ହୁସେନ ୩୪ ରନ କରିଥିଲେ । ଭାରତ ପକ୍ଷରୁ ପ୍ରସିଦ କ୍ରିଷ୍ଣା ୪ଟି ଓ ଶାର୍ଦ୍ଦୁଲ ଠାକୁର ୨ଟି ଓ୍ବିକେଟ ନେଇଥିଲେ ।ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମାଙ୍କୁ ମାତ୍ର ୫ ରନରେ ହରାଇଥିଲେ । ପରେ ଋଷଭ ପନ୍ତ ଓ ବିରାଟ କୋହଲି ୧୮ ରନ ଲେଖାଁ କରି ଆଉଟ ହୋଇଥିଲେ । ତେବେ କେ.ଏଲ୍. ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ୪୯ ରନ କରି ଆଉଟ ହୋଇଥିବାବେଳେ ଯାଦବ ସର୍ବାଧିକ ୬୪ ରନ କରିଥିଲେ । ସେହିପରି ଦୀପକ ହୁଦା ୨୯ ଓ ଓ୍ବାସିଂଟନ ସୁନ୍ଦର ୨୪ ରନ କରିଥିଲେ । ଇଣ୍ଡିଜ ପକ୍ଷରୁ ଓଡିଆନ ସ୍ମିଥ ଓ ଅଲଜାରି ଜୋସେଫ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *