ଅବସର ର୧୮ ଦିନ ପୂର୍ବରୁ ଫସିଗଲେ ସୁନ୍ଦରଗଡ଼ର ଅତିରିକ୍ତ ଜିଲାପାଳ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ରେଡ଼ । 

ରାଉରକେଲା : ଚାକିରିରୁ ଅବସର ନେବାର ୧୮ ଦିନ ପୂର୍ବରୁ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଆଜି ଭିଜିଲାନ୍ସ ହାବୁଡରେ ପଡିଯାଇଛନ୍ତି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଡିଏମ୍‌ ଶ୍ରୀ ମହାପାତ୍ରଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୨ କୋଟି ଟଙ୍କାର ବ୍ୟାଙ୍କ ଏଫ୍‌ଡି, ସଞ୍ଚୟ ଟଙ୍କା ଓ ଜୀବନ ବୀମା ପଲିସି ଥିବା ଜଣାପଡ଼ିଛି। ଭିଜିଲାନ୍ସ ଟିମ୍‌ ୩୫୦ ଗ୍ରାମ୍‌ ଓଜନର ସୁନାଗହଣା ଜବତ କରିଥିବା ବେଳେ ୧୮ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ ଡିପୋଜିଟ ଥିବା ଜାଣିବାକୁ ପାଇଛି। ଶ୍ରୀ ମହାପାତ୍ରଙ୍କ ସଂପତ୍ତି ଆହୁରି ରହିଛି। ତାଙ୍କ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଠାରେ ଏକ ସିମେଣ୍ଟ ଗୋଦାମ ପରିଚାଳିତ ହେଉଛି। ତେବେ ତଦନ୍ତ ସରିବା ପରେ ଆହୁୁରି ‌ଅନେକ ତଥ୍ୟ ସାମ୍ନାକୁ ଆସିବ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ଭାବେ ଓଡ଼ିଶା ଭିଜିଲାନ୍ସର ୮ ଜଣ ଡିଏସପି, ୨ଜଣ ଇନସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ଟିମ୍ ସୁସୁନ୍ଦରଗଡ଼ ସରକାରୀ ଆବାସ ଓ ଅଫିସ ସହ ଖୋର୍ଦ୍ଧା, ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ଜଗତସିଂହପୁର ରେଢୁଆସ୍ଥିତ ପୈତୃକ ଘରେ ଚଢଉ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *