ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଫେରି ଗଲେ ରାଷ୍ଟ୍ରପତି।

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତ ସାରି ବିଶାଖାପାଟଣା ଅଭିମୁଖେ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଥିଲେ |ପୁରୀରେ ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗଦେଇ ଭୁବନେଶ୍ୱର ବିମାନବନ୍ଦର ଫେରିଥିଲେ ରାଷ୍ଟ୍ରପତି। ତାଙ୍କ ସହ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରୁ ଫେରି ଭୁବନେଶ୍ୱର ବିମାନ ବନ୍ଦରରେ ବିଦାୟ ଦେଇଛନ୍ତି। ଏଠାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଫେରିଯାଇଛନ୍ତି | ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଦୁଇ ଦିନ ଧରି କଡା ସୁରକ୍ଷା ବଳୟ ଭିତରେ ଥିଲା ଭୁବନେଶ୍ୱର ଏୟାରପୋର୍ଟ। ପୁଲିସ ଡିଜିପି, ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ମୁତାବକ ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦଙ୍କ ଏହା ତୃତୀୟ ପୁରୀ ଗସ୍ତ ଥିଲା

Advertisement

Leave a Reply

Your email address will not be published. Required fields are marked *