ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରପକ୍ଷରୁ ନବୀନ ଜିନ୍ଦଲ ଙ୍କ ଜନ୍ମ ଦିନ ଫିଟନେସ ଦିବସ ଭାବେପାଳିତ.

ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ମଚାରୀ ଆଜିଜେଏସପି ଅଧ୍ୟକ୍ଷ  ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସକୁଫିଟନେସ ଦିବସ ଭାବେ ପାଳନ କରିଛନ୍ତି Iଏହି ଅବସରରେ ଜେଏସପି ଏବଂ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁଏହାର କର୍ମଚାରୀ ଏବଂ ସ୍ଥାନୀୟ ଗୋଷ୍ଠୀ ସମୁଦାୟ ନିମନ୍ତେ ଫିଟନେସର ଗୁରୁତ୍ଵ ସଂପର୍କିତ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ  କରିବା ସାଙ୍ଗକୁ ଗୋଳାବନ୍ଧ ଏବଂ ବାସୁଦେବପୁର ଗ୍ରାମ ଠାରେ ମୁକ୍ତାକାଶ ବ୍ୟାୟାମଶାଳା ଲୋକାର୍ପିତ ହୋଇଥିଲାl

ଗୋଳାବନ୍ଧ ଏବଂ ବାସୁଦେବପୁର ଗ୍ରାମ ଠାରେ ମୁକ୍ତାକାଶବ୍ୟାୟାମଶାଳାଲୋକାର୍ପିତ

ଏହି ଅବସରରେ,ଯୋଗ ଗୁରୁ ସ୍ଵାମୀ ସତ୍ୟବିନ୍ଦୁ ସରସ୍ଵତୀଙ୍କ ତତ୍ଵାବାଧାନରେ ଏକ ମେଗା ଯୋଗ ଅଧିବେଶନ ଜିନ୍ଦଲ ନଗର ପରିସରରେ ଆୟୋଜିତ ହୋଇଥିଲା l ଯେଉଁଥିରେ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ, ଶ୍ରୀ ସବ୍ୟସାଚୀ ବନ୍ଦୋପାଧ୍ୟାୟ , ବିଭିନ୍ନ ବିଭାଗୀୟ ମୁଖ୍ୟ ତଥା କର୍ମଚାରୀ ଏବଂ ତାଙ୍କ ପରିବାରବର୍ଗ ବହୁଳ ସଂଖ୍ଯାରେ ଯୋଗଦାନ କରିଥିଲେ l

ଏତଦ ସହିତ ଜେଏସପି ଅନୁଗୋଳ ପ୍ଳାଣ୍ଟର ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝାସ୍ଥାନୀୟ ଗୋଷ୍ଠୀ ସମୁଦାୟଙ୍କଗହଣରେଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ ପାଳନ କରିବା ସହ ଗୋଳାବନ୍ଧ ଏବଂ ବାସୁଦେବପୁର ଗ୍ରାମ ଠାରେ ମୁକ୍ତାକାଶ ବ୍ୟାୟାମଶାଳାକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ l ଏହି ବ୍ୟାୟାମଶାଳା ଗୁଡିକରେ ଏୟାର ଵାଲ୍କର , ଷ୍କାଇର, ଲେଗ ପ୍ରେସ, ବଡି ଟ୍ଵିଷ୍ଟର, କ୍ରଶ ରାଇଡ଼ର, ଚେଷ୍ଟ ପ୍ରେସ, ସିଟ-ଅପ-ବୋର୍ଡ଼, ଆର୍ମ ବାଇକ, ଇତ୍ୟାଦି ଉପକରଣ ଯୋଗାଇ ଦିଆଯାଇଅଛି l

ଜେଏସପି ଅଧ୍ୟକ୍ଷଙ୍କ ଜନ୍ମ ଦିବସ ଅବସରରେ ଜିମ ଉଦଘାଟନ କରିଶ୍ରୀ ହୃଦୟେଶ୍ଵର ଝା କହିଥିଲେ ଯେ, ଏହି ସୁବିଧା ସୁଯୋଗ ଗୁଡିକ ଗୋଷ୍ଠୀ ସମୁଦାୟଙ୍କୁଶାରୀରିକ ଭାବେ ଫିଟ ରହିବା ପାଇଁ ସହାୟକ ହେବା ସହିତ ଗ୍ରାମର ସବୁ ବୟସ ବର୍ଗର ବ୍ୟକ୍ତି ବିଶେଷ ଏହା ଦ୍ଵାରା ଲାଭାନ୍ଵିତ ହୋଇ ପାରିବେ l ଏହି ଅବସରରେ ଯୋଗ ଗୁରୁ ସ୍ଵାମୀ ସତ୍ୟବିନ୍ଦୁ ସରସ୍ଵତୀ ସମସ୍ତଙ୍କୁ ଯୋଗକୁ ନିଜ ଜୀବନର ଅଂଶ ବିଶେଷ ଭାବେ ଆପଣାଇବା ନିମନ୍ତେ ଆହ୍ଵାନ କରିଥିଲେ lଗ୍ରାମବାସୀମାନେ  ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆଯାଉଥିବା ନିଆରା ପଦକ୍ଷେପ ଗୁଡିକର ଭୂୟସୀ ପ୍ରଶଂସା କରିଥିଲେ l

ଏହି ଅବସରରେଶ୍ରୀ ନବୀନ ଜିନ୍ଦଲଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ନିମନ୍ତେ ସ୍ଥାନୀୟ ଜିନ୍ଦଲ ନଗର ସ୍ଥିତ ଦେବ ଭୂମି ମନ୍ଦିରଠାରେ ଏକ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା ଏବଂ ଜେଏସପି ଅଫିସ, ଆଶା ଦି ହୋପ ସହ ଅନ୍ୟାନ୍ୟସ୍ଥାନରେ କେକ କଟିଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା,ଯେଉଁଥିରେ ସିଏଚଆରଓ, ଶ୍ରୀ ପଙ୍କଜ ଲୋଚନ,ଶ୍ରୀ ହୃଦୟେଶ୍ଵର ଝା,ଶ୍ରୀ ଦାମୋଦର ମିତ୍ତଲ, ଶ୍ରୀ ସବ୍ୟସାଚୀ ବନ୍ଦୋପାଧ୍ୟାୟ ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଯୋଗ ଦେଇଥିଲେ I

Leave a Reply

Your email address will not be published. Required fields are marked *