ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ।

କଟକ: ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସହରାଞ୍ଚଳର ମଦ ଦୋକାନଗୁଡ଼ିକ ବନ୍ଦ ରଖାଯିବ। ଆସନ୍ତା ୨୨ ତାରିଖ ଠାରୁ ୨୬ ଯାଏଁ ପୌରାଞ୍ଚଳରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ମଦ‌ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଆଦି ସ୍ଥାନରେ ମଦ ପିଇବା ଉ‌ପରେ କଟକଣା ଲାଗୁ ହେବ। ରାଜ୍ୟ ଅବକାରୀ କମିସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପୌର ନିର୍ବାଚନ ପାଇଁ ଜୋର୍‌ଦାର ପ୍ରଚାର ଚାଲିଛି। ସହରାଞ୍ଚଳର ଗଳିକନ୍ଦିରେ ଭୋଜିଭାତର ଆସର ଚାଲିଛି। ହୋଟେଲ, ଢାବା, ରେଷ୍ଟୁରାଣ୍ଟରେ ମଦର ବନ୍ୟା ଛୁଟୁଛି। କିନ୍ତୁ ଏହାରି ମଧ୍ୟରେ ଓଡ଼ିଶା ପୁଲିସ ମଧ୍ୟ ସକ୍ରିୟ ରହିଛି। ପୁଲିସ ଗତ ୩ ତାରିଖ ଠାରୁ ୧୩ ତାରିଖ ୧୧ ଦିନରେ ୧୩,୬୦୫ ଲିଟର ମଦ ଜବତ କରିଛି। ସେହିଭଳି ୧୯୯୪ ଗ୍ରାମ ନିଶାଦ୍ରବ୍ୟ ଜବତ କରିଛି। ରାଜ୍ୟ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ବାଲେଶ୍ବରରେ ସର୍ବାଧିକ ୩୨୬୦.୪ ଲିଟର ମଦ ଜବତ ହୋଇଛିଆସନ୍ତା ୨୪ ତାରିଖରେ ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି, ଏନଏସି ଓ ମହାନଗର ନିଗମରେ ଭୋଟ ଗ୍ରହଣ କରାଯିବ। ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାତା ଭୋଟ ଦେବେ। ୨୬ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *