ଅନୁଗୋଳ: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ଶାସକ ବିଜୁ ଜନତା ଦଳ (ବିଜେଡି)ର ବଡ଼ ବିଜୟ ହୋଇଛି। ଆଜି ଗଣତି ହେଉଥିବା ରାଜ୍ୟର ୧୦୫ଟି ପୌର ପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ମଧ୍ୟରୁ ବିଜେଡି ୭୩ଟି ସ୍ଥାନରେ ବିଜୟୀ ହୋଇଛି। ବିଜେପିର ୧୬ ଓ କଂଗ୍ରେସର ୭ ଜଣ ପ୍ରାର୍ଥୀ ପୌର ଅଧ୍ୟକ୍ଷ ପଦ ଲାଗି ହୋଇଥିବା ମତଦାନରେ ବିଜୟୀ ହୋଇଛନ୍ତି। ସେହିଭଳି ୯ ଜଣ ଅନ୍ୟ ଦଳ ଅଥବା ସ୍ବାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷ ହେବେ। ପୌର ନିର୍ବାଚନ ବ୍ୟତୀତ ୩ଟି ମହାନଗର ନିଗମରେ ମେୟର ପାଇଁ ହୋଇଥିବା ନିର୍ବାଚନରେ ମଧ୍ୟ ବିଜେଡିକୁ ବଡ଼ ସଫଳତା ମିଳିଛି।
ଅନୁଗୋଳ ପୌରପାଳିକାର ଚେୟାରମ୍ୟାନ ପଦବୀ ହାତେଇଛି ବିଜେଡି। ବିଜେପି କୁ 97 ଖଣ୍ଡ ଭୋର୍ଟ ରେ ହରାଇ ବିଜୟୀ ହୋଇଛନ୍ତି ବିଜେଡି ର ଅକ୍ଷୟ ସାମନ୍ତ। ଅକ୍ଷୟ ସାମନ୍ତ 9061 ଖଣ୍ଡ ଭୋର୍ଟ ପାଇଥିବା ବେଳେ ବିଜେପି ର ଦିଲ୍ଲୀପ ପ୍ରଧାନ ଙ୍କୁ ମିଳିଥିଲା 8964 ଖଣ୍ଡ ଭୋର୍ଟ । ସରକାରୀ ଭାବେ ଅକ୍ଷୟ ଙ୍କୁ ବଜୀୟୀ ଘୋଷଣା କରିବା ପରେ ବିଜେଡି ପକ୍ଷରୁ ବିଜୟ ଉତ୍ସବ ପାଳନ କରିଛି । ବିଜୟୀ କାଉନସିଲର ପାର୍ଥି ମାନକୁ ଧରି ଅକ୍ଷୟ ଚାଲି ଚାଲି ନିଜ ସାହି ଆମଲାପଡା ବୁଲିଥିଲେ । ବିଜୟର ଶ୍ରେୟ ସେ ଅନୁଗୋଳ ବାସୀ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି।
ସେହିପରି ତାଳଚେର ପୌରପରିସଦକୁ ବି ଦଖଲ କରିଛି ବିଜେଡି । ବିଜେଡିର ପବିତ୍ର ଭୁତିଆ ବିଜୟ ଲାଭ କରିଛନ୍ତି । ତାଳଚେର ଅଧ୍ୟକ୍ଷ ପ୍ରାଥି ଭାବେ ବିଜେଡିର ପବିତ୍ର ଭୁତିଆ ୭୨୭୧ ଖଣ୍ଡ ଭୋଟରେ ବିଜେପିର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଯଯାତି ପଟ୍ଟନାୟକଙ୍କୁ ହରାଇ ବିଜୟ ଲାଭ କରିଛନ୍ତି । ତାଳଚେରରେ ସମୁଦାୟ ୨୧ଟି ୱାର୍ଡରୁ ୧୮ଟି କାଉନସିଲର ପଦ ବିଜେଡି ହାତକୁ ଯାଇଥିବା ବେଳେ ୩ ଟି ବିଜେପି ହାତକୁ ଯାଇଛି । ଏକ ବଡ଼ ବ୍ୟବଧାନରେ ତାଳଚେର ପୌରପରିସଦରେ ବିଜେଡି ବାଜିମାତ କରିଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଛନ୍ତି ବିଜେଡି କର୍ମୀ । ଅନ୍ୟପଟେ ଜିଲ୍ଲାର ଏକମାତ୍ର NAC ଆଠମଲ୍ଲିକ କୁ ମଧ୍ୟ ଦଖଲ କରିଛି ସାଶକ ବିଜେଡି । ବିଜେଡି ପାର୍ଥିନୀ ଆଶାକୁମାରୀ ସାହୁ 422 ଖଣ୍ଡ ଭୋର୍ଟ ରେ ବିଜୟୀ ହୋଇଛନ୍ତି ।