JSPL ର Rebar ପ୍ଳାଣ୍ଟ କୁ ରାଷ୍ଟ୍ର ଉଦ୍ଧେଶ୍ୟରେ ସମର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ଅନୁଗୋଳ :ଆଜି ସନ୍ଧ୍ୟାରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ  ଅନୁଗୋଳ ଜିଲାର ନିଶା  ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟ ରେ ଥିବା  ୧.୪ମିଲିଅନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ରିବାର ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଧେଶ୍ୟରେ ସମର୍ପଣ କରିଥିଲେ। ଅପରାହ୍ନରେ ମନ୍ତ୍ରୀ କାରଖାନାରେ ପହଞ୍ଚି ପରିଦର୍ଶନ କରିଥିଲେ। ଏହାପରେ ସମର୍ପଣ ଉତ୍ସବରେ ଯୋଗ ଦେଇ ବଟନ ଦବାଇ ନୂତନ ପ୍ଲାଣ୍ଟର ଶୁଭାରମ୍ଭ କରିଥିଲେ। ସାରା ଦେଶରେ ବର୍ତମାନ ୧୨୦ ମିଲିଅନ ଟନ ଇସ୍ପାତ ଉତ୍ପାଦନ ହେଉଛି। ସେଥିମଧ୍ୟରୁ କେବଳ ଜିନ୍ଦଲ କାରଖାନାରେ ୯ ମିଲିଅନ ଟନ ଉତ୍ପାଦନ ହେଉଛି। ଆସନ୍ତା ୨୦୨୫ ସୁଦ୍ଧା ଜିନ୍ଦଲ ୨୫ମିଲିଅନ ଟନ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ ରଖିଛି।

ଏବଂ ସାରା ଦେଶରେ ୨୫୫ ମିଲିଅନ ଟନ ଉତ୍ପାଦନ କରାଯିବାର ଲକ୍ଷ ରଖା ଯାଇଛି। ସେଥିପାଇଁ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆ ଯାଇଛି। ଆମ ଦେଶ ଏବେ ଇସ୍ପାତ ଉତ୍ପାଦନରେ ଆମେରିକା ଓ ରୁଷିଆ ପରି ଦେଶକୁ ପଛରେ ପକାଇ ଦେଇଛି। ତେଣୁ ଆମ ଦେଶ ଉନ୍ନତି ପଥରେ ଆଗେଇ ଚାଲିଛି ବୋଲି ମନ୍ତ୍ରୀ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷ ନବୀନ ଜିନ୍ଦଲ, କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ସମେତ ବହୁ ସରକାରୀ ଓ କମ୍ପାନୀ ଅଧିକାରୀ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *