TFL ପକ୍ଷରୁ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନୁଗୋଳ: ତାଳଚେର ସ୍ଥିତ ତାଳଚେର ଫଟିଲାଇଜର ଲିମିଟେଡ ଓ CISF ୟୁନିଟ ମିଳିତ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ TFL,POLI ,FCIL CISF ଏବଂ କାରଖାନାରେ କାମ କରୁଥିବା ସମସ୍ତ ଠିକା ସଂସ୍ଥା ର ସଦସ୍ୟ ମାନେ ଏହି ଯୋଗ ଶିବର ରେ ଭାଗ ନେଇଥିଲେ । ଏହି ଯୋଗ ଶିବିର କୁ ଟିଏଫଏଲ ର ଡାରେକ୍ଟର ଅପରେସନ ସଞ୍ଜୟ ଅରୋରା ଉଦ୍ଘାଟନ କରିଥିଲେ । ଶିବିର କୁ ପରିଚାଳନା କରିଥିଲେ ଯୋଗ ଗୁରୁ ସତ୍ୟାନନ୍ଦ ସାମଲ । ଆୟୋଜିତ ଶିବର ରେ ଯୋଗ ର ଉପକାରିତା ସମକରେ ଆଲୋଚନା ହେବା ସହ ବିଭିନ ଯୋଗ ,ପ୍ରାଣାୟମ ଓ ତାର ଉପକାରିତା ସମକରେ ଶିବିରାର୍ଥୀ ସୂଚନା ଦିଆଯାଇଥିଲା ।  

ଯୋଗ ଦ୍ୱାରା ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ର ଅନେକ ଉନ୍ନତି ହୋଇଥାଏ। ଯୋଗ ଜୀବନର ଏକ ଅଭିନ୍ନ ଅଂଶ ଏବଂ ଏହା ଦ୍ଵାରା କ୍ରୀଡ଼ାକସରତ ତଥା  ଦୈନନ୍ଦିନ ଜୀବନର କାର୍ଯ୍ୟକୁଶଳତା ବଢ଼ିବାରେ  ଅନେକ ସାହାଯ୍ୟ କରିଥାଏ ।ତେଣୁ ଏକ ସୁସ୍ଥ ଓ ନିରୋଗ ଜୀବନ ପାଇଁ ସମସ୍ତଙ୍କୁ ଯୋଗ ଅଭ୍ୟାସ କରିବା ପାଈଁ ନିବେଦନ କରିଥଲେ ଯୋଗଦେଥିବା ଅତିଥି ମାନେ । କାର୍ଯ୍ୟକ୍ରମରେ ଅନ୍ୟମାନକ ମଧ୍ୟରେ CISF ର ଆସିସଷ୍ଟାଣ୍ଡ  କମାଣ୍ଡେଡ  କେ କେ ପାତ୍ର, କମ୍ପାନୀର ବିଭିନ୍ନ ବିଭାଗର ମହା ପ୍ରବନ୍ଧକ ବଳବନ୍ତ ଗୋସ୍ଵାମୀ ,ସତ୍ୟବ୍ରତ ମିଶ୍ର ସହ ସୁମନ୍ତ ପ୍ରଧାନ ହରଗୋପାଳ ଗଡ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *