ସ୍କୁଲ ପାଇଁ ନାଲକୋ ସହାୟତାରେ ସ୍ମାର୍ଟକ୍ଳାସ ବ୍ୟବସ୍ଥା,ଉଦ୍ଘାଟନ କଲେ କେନ୍ଦ୍ର ଖଣି ସଚିବ ।

ଅନୁଗୋଳ : ଆଜି ନାଲକୋ ତରଫରୁ ଅନୁଗୋଳ ଜିଲ୍ଲାର ୪୬ ଟି ହାଇ ସ୍କୁଲରେ ସ୍ମାର୍ଟ କ୍ଲାସ ଆରମ୍ଭ କରାଯାଇଛି। ୪୬ଟି ହାଇ ସ୍କୁଲର ୮୦ଟି କ୍ଲାସ ରୁମକୁ ପ୍ରୋଜେକ୍ଟର ଦିଆ ଯାଇଛି। ଏହାଛଡା ରାଜ୍ୟର ଢେଙ୍କାନାଳ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ମଧ୍ୟ ଶତାଧିକ ସ୍କୁଲରେ ଏହି ବ୍ୟବସ୍ଥା ନାଲକୋ ତରଫରୁ ଦିଆ ଯାଇଛି। ଦେଶ ସ୍ବାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ଆଜାଦି କି  ଅମୃତ ମହୋତ୍ସବ ପାଳନ ଅବସରରେ ଏଭଳି କାର୍ଯ୍ୟକ୍ରମ ହାତକୁ  ନିଆଯାଇଛି। ଆଜି ଭରଚ୍ୟୁୟାଲି  ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଆଲୋକ ଟଣ୍ଡନ ଏହାକୁ ଉଦଘାଟନ କରିଥିଲେ। ଖଣି ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ନାଲକୋ ର ବହୁ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଭରଚ୍ୟୁୟାଲି ଯୋଗ ଦେଇଥିଲେ।

ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ସମସ୍ତ ସ୍ମାର୍ଟ କ୍ଲାସ ଗୁଡିକୁ ନାଲକୋ ତରଫରୁ ତଦାରଖ କରାଯିବ। ଏଭଳି ସ୍ମାର୍ଟ କ୍ଲାସ ଜରିଆରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେବାପାଇଁ ନାଲକୋ ତରଫରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି। ଏହି ସ୍ମାର୍ଟ କ୍ଲାସ ଯୋଗୁ ଅନୁଗୋଳ ଜିଲ୍ଲାର ବହୁ ଛାତ୍ର ଛାତ୍ରୀ  ଉପକୃତ ହୋଇ ପାରିବେ। ଏହାଛଡା ଅନ୍ୟ ଜିଲା ଗୁଡିକରେ ମଧ୍ୟ ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ। ସେଥିପାଇଁ ଜିଲା ଶିକ୍ଷା ବିଭାଗ ତରଫରୁ ନାଲକୋକୁ କୃତଜ୍ଞତା ଜ୍ଞାପନ କରା ଯାଇଛି।

Leave a Reply

Your email address will not be published. Required fields are marked *