ଅନୁଗୋଳ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷାରେ ଅନୁଗୋଳ କଲେଜର ୩୦୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୪ ଜଣ ଛାତ୍ର ଛାତ୍ରୀ ଏହି ଅନୁଷ୍ଠାନରେ ଅଧ୍ୟୟନ କରୁଥିଲେ । ଏମାନଙ୍କ ମଧ୍ୟରୁ ୮୧ ଜଣ ପ୍ରଥମ ଶ୍ରେଣୀ ଓ ୩ ଜଣ ଦ୍ଵିତୀୟ ଶ୍ରେଣୀରେ ସଫଳତା ଅର୍ଜନ କରିବା ସହିତ ଅନୁଷ୍ଠାନର ଶତପ୍ରତିଶତ ଫଳାଫଳ ହୋଇଛି । ଅନୁଷ୍ଠାନର ଛାତ୍ର ରତିକାନ୍ତ ବେହେରା ୫୮୬ ନମ୍ବର ରଖ୍ ଅନୁଗୋଳ କଲେଜରେ ପ୍ରଥମ ସ୍ଥାନ ଅଧିକର କରିବା ସହିତ ଅନୁଗୋଳ ଜିଲ୍ଲାରେ ମଧ୍ୟ ପ୍ରଥମ ହୋଇଛନ୍ତି । ଅନୁଗୋଳ କଲେଜର ୯୦% ରୁ ଉର୍ଦ୍ଧ ନମ୍ବର ରଖୁଥୁବା ୨୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନୁଷ୍ଠାନର ୧୫ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଅନୁଗୋଳ କଲେଜର ପ୍ରଥମ ୧୦ ଜଣଙ୍କ ମଧ୍ୟରୁ ଅନୁଷ୍ଠାନର ୮ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ହିତେଶ କୁମାର ସିଂ (୫୭୨) ୩ୟ, ସୁଭମ୍ ସାହୁ (୫୬୮) ୪ର୍ଥ, ଦିବ୍ୟକାନ୍ତ ସାହୁ (୫୬୬) ୫ମ, ଅଶୀର୍ବାଦ କର (୫୬୧) ୭ମ, ପ୍ରତୀକ କୁମାର ପ୍ରଧାନ (୫୫୭) ୮ମ, ଶ୍ରଦ୍ଧାଞ୍ଜଳୀ ବେହେରା (୫୫୫) ୯ମ ଏବଂ ତ୍ରୈଲୋକ୍ୟ ମହାପାତ୍ର (୫୫୪) ୧୦ମ ସ୍ଥାନ ଅକାର କରି ଅନୁଷ୍ଠାନର ଗୌରବ ବଢ଼ାଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଅନୁଷ୍ଠାନର ଛାତ୍ରୀ ସ୍ବାତୀ ସାଗରୀକା ଆଚର୍ଯ୍ୟ ୨୦୨୩ ମସିହାରେ ୫୭୧ ନମ୍ବର ରଖ୍ ରାଜ୍ୟରେ ପ୍ରଥମ ସ୍ଥାନ ଏବଂ ଗୌରୀଶଙ୍କର ନନ୍ଦ ୨୦୨୫ ମସିହାରେ ୫୮୨ ନମ୍ବର ରଖ୍ ରାଜ୍ୟରେ ତୃତୀୟ ସ୍ଥାନ ଅଧୁକାର କରି ଅନୁଷ୍ଠାନକୁ ରାଜ୍ୟସ୍ତରରେ ପ୍ରତିଷ୍ଠିତ କରିଥିଲେ ।
ଛାତ୍ରଛାତ୍ରୀଙ୍କ ଏହି ଅଭୂତପୂର୍ବ ସଂଫଳତା ପଛରେ ସାଇନ୍ସ ଷ୍ଟିଡି ସେଶ୍ଵରର ଉନ୍ନତ ଶିକ୍ଷାଦାନ ପଦ୍ଧତି, ଅଭିଜ୍ଞ ଶିକ୍ଷକଙ୍କ ଦ୍ବାରା ଶିକ୍ଷାଦାନ, ନିୟମିତ ପରୀକ୍ଷା, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହଯୋଗ ସର୍ବୋପରି ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ସଫଳତା ହାସଲ ନେଇ ପ୍ରତିବଦ୍ଧତା ସାଇନ୍ସ ଷ୍ଟଡି ସେଣ୍ଡରକୁ ଅନୁଗୋଳ ଜିଲ୍ଲାରେ ୧ ନମ୍ବର କୋଚିଙ୍ଗ ସେଣ୍ଟରର ମାନ୍ୟତା ଦେଇଆସିଛି ।
ଅନୁଷ୍ଠାନର ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ ନିର୍ଦ୍ଦେଶକ ମଳୟ କୁମାର ଦାଶ ଅଭିନନ୍ଦନ ଦେବା ସହିତ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।



