ଜଳିଗଲା ଇକୋରିଟ୍ରିଟ ।

ସାତକୋଶିଆ ଇକୋରିଟ୍ରିଟରେ ନିଆଁ । ନିଆଁ ଲାଗି ଜଳିଯାଇଛି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି । ନିଆଁ ରୁ ଅଳ୍ପ କେ ବର୍ତ୍ତି ଯାଇଛନ୍ତି ଟ୍ରାନ୍ସପୋର୍ଟ କମିଶନର IPS  ସଂଜୀବ ପଣ୍ଡା । ପୁରା ଘଟଣା ଘଟିଛି ସାତକୋଶିଆ ଅଭୟାରଣ୍ୟ ର ଜିଲିଣ୍ଡା ରେଞ୍ଜ ବାଲିପୁଟ ମହାନଦୀ ନଦୀ ପଠାରେ ରେ ନିର୍ମିତ ହୋଇଥିବା ଅସ୍ଥାୟୀ ଟେଣ୍ଟ ରେ । ସୂଚନା ଅନୁସାରେ କୌଣସି କାରଣ ବସତ ଆଜି ବଢି ଭୋର ସମୟରେ ଗୋଟିଏ ଟେଣ୍ଟ ରେ ନିଆଁ ଲାଗିଥିଲା । ପରେ ନିଆଁ ଆଉ ଦୁଇଟି ଟେଣ୍ଟ କୁ ବ୍ୟାପିଥିଲା । ଘଟଣା ରେ କାହାରି ଜୀବନ ହାନି ଘଟି ନଥିବା ବେଳେ ଲକ୍ଷାଧିକ ଟଙ୍କା ର ସମତ୍ତି ପୋଡି ନଷ୍ଟ ହୋଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ବନ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ଖୋଜୁଛନ୍ତି। ତେବେ ଏହି ନିଆଁ ସଟସର୍କିଟରୁ ହୋଇଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *