ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ଅନୁଗୋଳ: ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ପ୍ରାଣ ହରାଇଛନ୍ତି ବୃଦ୍ଧ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଡ଼ ହିଂସର ପଞ୍ଚାୟତ ନାକଚଣିପାଳ ଗାଁରେ । ଗାଁ ର  ହୃଦାନନ୍ଦ ବାରିକ ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପାଦ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ଘର ଲୋକ ପୋଖରୀ ପାଖକୁ ଗଲାବେଳେ ସେ ପାଣିରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *