ଅନୁଗୋଳ: ଅନୁଗୋଳ ପୌରପାଳିକା ପାଞ୍ଚ ନମ୍ବର ୱାର୍ଡର ବିଜେଡି କାଉନସିଲର ରଞ୍ଜିତ ମାଣ୍ଡୋଠିଆଙ୍କୁ ହୋଇଥିବା ହତ୍ୟା ଉଦ୍ୟମ ଘଟଣା ଉପରୁ ପରଦା ଉଠାଇଲା ପୋଲିସ । ରଞ୍ଜିତଙ୍କ ବଡ଼ ଭାଇ ପବନ ମାଣ୍ଡୋଠିଆ ରଞ୍ଜିତଙ୍କୁ ହତ୍ୟା କରିବା ପାଇଁ ବିଛାଇଥିଲେ ଜାଲ । ପବନ କିଛି ପେଷାଦାର ଗୁଣ୍ଡାଙ୍କୁ ସୁପାରି ଦେଇଥିବା ନେଇ ତଥ୍ୟ ପ୍ରମାଣ ପାଇବା ପରେ ଆଜି ଅନୁଗୋଳ ପୋଲିସ ଘଟଣାରେ ରଞ୍ଜିତଙ୍କ ବଡ଼ ଭାଇ ପବନଙ୍କ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପବନ ମାଣ୍ଡୋଠିଆ, ଛେଳିଆପଡାର ଭବାନୀ ଶଙ୍କର ଭଞ୍ଜ, ବଲାସିଂହା ବାଲିସାହିର ପ୍ରଦ୍ୟୁମ୍ନ ବାରିକ, ସୁଶୁଡ଼ାର ଅଜିତ କୁମାର ଦାଶ । ଘଟଣା ରେ ରେ ଆଉ ଦୁଇ ଜଣ ଙ୍କର ସମ୍ପୃକ୍ତି ଥିବା ବେଳେ ସେମାନେ ଫେରାର ଥିବା ଜଣାପଡିଛି ।

ସୂଚନାନୁସରେ ଗତ ତିନି ତାରିଖରେ ରାତିରେ କାଉନସିଲର ରଞ୍ଜିତ ମାଣ୍ଡୋଠିଆ ଦୋକାନ ରୁ ଘରକୁ ଫେରୁଥିବା ସମୟରେ ଗାନ୍ଧୀ ମାର୍ଗରେ ପଛପଟୁ କିଛି ଯୁବକ ତାଙ୍କୁ ମଟର ସାଇକେଲରେ ଆସି ପଛପଟୁ ଟାଙ୍କିଆରେ ଆକ୍ରମଣ କରିଥିଲେ । ଯେଉଁଥିରେ ରଞ୍ଜିତଙ୍କ କାନ୍ଧରେ ଆଘାତ ଲାଗିଥିଲା ।