ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ଘର ଓ ଅଫିସରେ ଭିଜିଲାନ୍ସ ରେଡ

ଭୁବନେଶ୍ଵର: କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ କଟକ ଓ ଭୁବନେଶ୍ୱର ଏବଂ ଯାଜପୁର ରୋଡ ସ୍ଥିତ ଘର ସମେତ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ପୀୟୂଷକାନ୍ତ ପାଣିଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ରହିଛି।

ତାଙ୍କର ବ୍ୟାସନଗରର ଚୋରଦା ଛକଠାରେ ଥିବା ୨ଟି ତିନିମହଲା କୋଠା ଓ ୧ ଏକମହଲା କୋଠା, ରାଜଧାନୀର ଚକେଇସିଆଣିଠାରେ ଏକ ତିନିମହଲା କୋଠା, ଅନ୍ଧାରୁଆଠାରେ ୫ଟି ପ୍ଲଟ୍, ସଅଁପୁର ଓ ସୁନ୍ଦରପଦା ମୌଜାରେ ବି ପ୍ଲଟ୍ ଠାବ କରାଯାଇଛି। ଏହି ଚଢାଉରେ ଜଣେ ଡିଏସପି, ୧୧ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *