ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ବରଗଡ଼ ପାଇକମାଳର ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନସ୍ପେକ୍ଟର ପ୍ରଣୟ କୁମାର ମନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ପ୍ରଣୟ କୁମାର । ସେ ଜଣେ ସାର ଡିଲରଙ୍କ ଲାଇସେନ୍ସ ରଦ୍ଦ କରିବା ଧମକ ଦେଇ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିଲେ। ତାଙ୍କ ଅଫିସ ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ବର ଶୈଳଶ୍ରୀବିହାର ଘର, କଟକ ଜିଲ୍ଲା ତିଘିରିଆରେ ପୈତୃକ ଘର ଓ ବରଗଡ଼ ପାଇକମାଳ ଅଫିସରେ ଚଢ଼ାଉ ଜାରି ରହିଛି ।
Related Posts
ଗ୍ରୀଷ୍ମ ପ୍ରବାହ ପାଇଁ ୯ ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ,ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହର ।
ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ୩୯.୭ଡିଗ୍ରି ସେଲସିୟସ ସହ ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ପାଣିପାଗ ବିଭାଗ ପକ୍ଷରୁ ୧୩ଟି ସ୍ଥାନରେ ୩୮ଡିଗ୍ରି କିମ୍ବା ତାଠାରୁ…
ପ୍ରକାଶ ପାଇଲା ବିଜ୍ଞପ୍ତି । ଅନୁଗୋଳ ରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଡାଇବେ ପତାକା ।
ଭୁବନେଶ୍ୱର : ସ୍ୱାଧୀନତା ଦିବସ ଉପଲକ୍ଷେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଅର୍ଥମନ୍ତ୍ରୀ…
ସୁଧୀରେନ୍ଦ୍ର ପରିଜା ଙ୍କ ‘ଗାର’ ଉନ୍ମୋଚିତ।
ବରିଷ୍ଠ ସାମ୍ବାଦିକ ତଥା ସହ ସଂପାଦକ ସୁଧୀରେନ୍ଦ୍ର ପରିଜା ଙ୍କ କବିତା ସଙ୍କଳନ ‘ଗାର’ ଉନ୍ମୋଚିତ ହୋଇଛି। ଅନୁଗୋଳ ମାରୁୱାଡ଼ି ଯୁବମଞ୍ଚ ସଭାଗୃହରେ ଏଥିପାଇଁ ଏଜ ସ୍ୱତନ୍ତ୍ର…