ବଢୁଛି ଜଳ ସ୍ତର, ହୀରାକୁଦରୁ ୩୪ଟି ଗେଟ୍‌ ଦେଇ ମହାନଦୀ ରେ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ଛତିଶଗଡ ରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ରେ ବଢୁଛି ଜଳ ସ୍ତର ।  କାଲି ପର୍ଯ୍ୟନ୍ତ ଜଳଭଣ୍ଡାରରୁ ୨୦ଟି ଗେଟ୍‌ ଖୋଲି ଦିଆଯାଇଥିଲା। ତେବେ ଆଜି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍‌ରୁ ମୋଟ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଆବଶ୍ୟକ ପଡ଼ିଲେ ଆହୁରି ଗେଟ୍‌ ମଧ୍ୟ ଖୋଲାଯାଇପାରେ। 

Advertisement

ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ମହାନଦୀରେ ବନ୍ୟାଜଳ ଆସିଛି। ଆଜି ମଧ୍ୟାହ୍ନରେ ୪ଟି, ଅପରାହ୍ନରେ ପୁଣି ୪ଟି, ସନ୍ଧ୍ୟାରେ ୨ଟି ଓ ବିଳମ୍ବିତ ସନ୍ଧ୍ୟାରେ ୪ଟି ଗେଟ୍‌କୁ ଖୋଲି ଦିଆଯାଇଛି।

Leave a Reply

Your email address will not be published. Required fields are marked *